Categories: ଖେଳ

ସେ ମୋ’ ପାଖକୁ ଆସିଲେ, ଆଉ କହିଲେ…

ମୁମ୍ବାଇ,୧୫ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ସର୍ବାଧିକ ସ୍କୋର କରିଛନ୍ତି। ବିରାଟ କୋହଲି ପୁଣି ଥରେ ଏକ ଶତକ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଟସ୍‌ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୪ ଓ୍ବିକେଟ ପାଇଁ ୩୯୭ ରନ୍‌ ସଂଗ୍ରହ କରିଥିଲା।

ଶତକ ସ୍କୋର କରିବା ପରେ କୋହଲି ସମସ୍ତଙ୍କ ସହ ନିଜର ଭାବନା ଶେୟାର କରିଛନ୍ତି। ଭାରତର ଇନିଂସ ଶେଷ ହେବା ପରେ ସେ କହିଛନ୍ତି, ମୁଁ ନିଜକୁ ବହୁତ ଅଲଗା ଅନୁଭବ କରୁଛି। ସେହି ମହାନ ବ୍ୟକ୍ତିତ୍ୱ ନିଜେ ଆସି ମୋତେ ଏହି ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ମୋ ପାଖକୁ ଆସି କହିଥିଲେ, ଏହି ଶତକ ମୋ ପାଇଁ ଏକ ସ୍ବପ୍ନ ପରି ଲାଗୁଛି। ଏହା ଏପରି ଏକ କଥା ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ମନେହୁଏ।

ଏହି ମ୍ୟାଚ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଁ ଏପରି ଏକ ଭୂମିକା ଗ୍ରହଣ କରିଥିଲି ଯେଉଁଠାରେ ମୋ ସହିତ ରହି ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବଡ଼ ସ୍କୋର୍‌ କରିଛନ୍ତି। ସେ କହିଛନ୍ତି, ମୁଁ ପୂର୍ବରୁ କହିଛି, ମୋ ପାଇଁ ସବୁଠାରୁ ବଡ଼ ବିଜୟ ହେଉଛି ଦଳର ବିଜୟ।

Share