Posted inUncategorized

ଜେଲରୁ ଆସି ବାପାଙ୍କୁ କାନ୍ଧଦେଲେ

ସମ୍ବଲପୁର,୭।୫(ବ୍ୟୁରୋ): ବାପାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଚାର ବିଭାଗ ହେପାଜତରେ ଥିବା ଅଭିଯୁକ୍ତ ଶିଶିର ବହିଦାର କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ନେଇ ଶନିବାର ରାଜଘାଟରେ ବାପାଙ୍କୁ ଶେଷ ଦର୍ଶନ କରିବା ସହ କାନ୍ଧ ଦେଇଥିଲେ। ସମ୍ବଲପୁର ଜିଲା ଜଜ୍‌ ଓ ଏସ୍‌ଡିଜେଏମ୍‌ କୋର୍ଟ ଶିଶିରଙ୍କୁ ସ୍ବତନ୍ତ୍ର ଅନୁମତି ପ୍ରଦାନ କରିବା ପରେ ଶିଶିର ଜେଲରୁ ମୁକୁଳି ରାଜଘାଟରେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ। ସମ୍ବଲପୁର ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଶିଶିର ବିଚାର ବିଭାଗୀୟ ନିର୍ଦ୍ଦେଶ କ୍ରମେ ପୋଲିସର କଡା ସୁରକ୍ଷା ବଳୟରେ ରାଜଘାଟ ଯାଇଥିଲେ। ସେଠାରେ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟସାରି ପୁଣି ପୋଲିସ ହେପାଜତରେ ଜେଲକୁ ଯାଇଥିଲେ। ଏଥିରେ ବଡପୁଅ ସୁଧୀର ବହିଦାର, ସମୀର ବହିଦାରଙ୍କ ସମେତ ପରିଜନ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମୁଦିପଡା ନିବାସୀ ରେସ୍‌ଲର ବିଶ୍ୱମ୍ବର ବହିଦାରଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ଶନିବାର ରାଜଘାଟରେ ତାଙ୍କର ମୃତଦେହ ସତ୍କାର କରାଯାଉଥିଲା। ହେଲେ ସାନ ପୁଅ ଶିଶିର ଜେଲରେ ରହିଥିଲେ। ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପୋଡ଼ାଜଳା ଘଟଣାରେ ପୋଲିସ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଗିରଫ କରିଥିଲା। ଏପ୍ରିଲ ୧୬ରେ ସେ ଗିରଫ ହୋଇଥିବା ବେଳେ ୧୭ରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ସେ ବିଚାର ବିଭାଗୀୟ ହେପାଜତରେ ରହିଥିଲେ। ତାଙ୍କ ନାମରେ ଜିଲା ଜଜ୍‌ କୋର୍ଟରେ ଏପର୍ଯ୍ୟନ୍ତ ୩ ଗୋଟି ମାମଲା ଥିବାବେଳେ ଏସ୍‌ଡିଜେଏମ୍‌ କୋର୍ଟରେ ଗୋଟିଏ ମାମଲା ବିଚାରାଧୀନ ରହିଛି। ବାପାଙ୍କ ଶେଷ ଦର୍ଶନ କରିବା ପାଇଁ ଉଭୟ କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଥିଲେ। କୋର୍ଟରୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ସମ୍ବଲପୁର ମଣ୍ଡଳ କାରାଗାରରୁ କଡା ସୁରକ୍ଷାରେ ତାଙ୍କୁ ରାଜଘାଟ ନିଆଯାଇଥିଲା। ବିଶ୍ୱମ୍ବରଙ୍କ ଶେଷକୃତ୍ୟରେ ବିଭିନ୍ନ ରାଜନୈତିକ ଦଳର କର୍ମମର୍ତ୍ତା, କ୍ରୀଡା ସଂଗଠକ, କ୍ରୀଡ଼ାବିତ୍‌, ସାମାଜିକ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri