ମହିଳାଙ୍କ ହାତରେ ବିଏମ୍‌ସି ଶାସନ ଭାର

ଭୁବନେଶ୍ୱର, ୧୦।୪ (ବ୍ୟୁରୋ): ପୌର ନିର୍ବାଚନ ସରିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଥମ ମହିଳା ମେୟର ପାଇଛି। ଏଥିସହ ଡେପୁଟି ମେୟର ଭାବେ ଜଣେ ମହିଳାଙ୍କୁ ବସାଇଛି ବିଜେଡି। ପୁଣି ଅଧିକାଂଶ କର୍ପୋରେଟର ହେଉଛନ୍ତି ମହିଳା। ଶନିବାର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ସମସ୍ତ କର୍ପୋରେଟର ଶପଥ ନେବା ସହ ସହରର ଶାସନ ଭାର ସମ୍ଭାଳିଛନ୍ତି।
ଭୁବନେଶ୍ୱରରେ ଡେପୁଟି ମେୟର ପଦବୀ ଆରମ୍ଭ ହେବା ଦିନଠାରୁ ଏହି ପଦବୀ ଲଗାତର ମହିଳାଙ୍କ ହାତକୁ ଯାଉଛି। ୨୦୦୩ରେ ଊର୍ମିଳା ମହାପାତ୍ର ପ୍ରଥମ ଡେପୁଟି ମେୟର ଥିଲେ। ୨୦୦୮ରେ ଭାରତୀ ସିଂହ ଓ ୨୦୧୪ରେ କେ. ଶାନ୍ତି ଡେପୁଟି ମେୟର ହୋଇଥିଲେ। ବିଜେଡି ଏଥର ମଧ୍ୟ ସମାନ ଧାରା ବଜାୟ ରଖିଛି। ଅପରପକ୍ଷେ ଚଳିତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ହିସାବରେ ଭୁବନେଶ୍ୱରର ୬୭ଟି ଓ୍ବାର୍ଡ ମଧ୍ୟରୁ ୩୪ଟି ଆସନ ମହିଳଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ତେବେ ସଂରକ୍ଷିତ ଆସନଠାରୁ ବିଜୟୀ ମହିଳାଙ୍କ ହାର ଟପି ଯାଇଛି। ମହାନଗରର ୬୧ ପ୍ରତିଶତ ଆସନ ମହିଳାଙ୍କ ଦଖଲକୁ ଯାଇଛି। ମୋଟ୍‌ ୪୧ଟି ଓ୍ବାର୍ଡର ଦାୟିତ୍ୱ ମହିଳା କର୍ପୋରେଟରଙ୍କ ହାତକୁ ଯାଇଛି। ବିଜେଡିରୁ ୨୮ଜଣ ଥିବାବେଳେ ଭାଜପାରୁ ୭ଜଣ ଓ ୬ଜଣ ମହିଳା ସ୍ବାଧୀନ ଭାବେ ଲଢ଼ି କର୍ପୋରେଟର ହୋଇଛନ୍ତି। ପରବର୍ତ୍ତୀ ସମୟରେ ସ୍ବାଧୀନ ମହିଳା କର୍ପୋରେଟରଙ୍କ ମଧ୍ୟରୁ ୨ଜଣ ବିଜେଡିରେ ସାମିଲ ହୋଇସାରିଛନ୍ତି। ମେୟର, ଡେପୁଟି ମେୟରଙ୍କ ସମେତ ମହିଳା କର୍ପୋରେଟରଙ୍କ ସଂଖ୍ୟା ଅଧିକ ରହିଥିବାରୁ ବିଏମ୍‌ସିରେ ମହିଳାଙ୍କ ଶାସନ ଦେଖିବାକୁ ମିଳିବ। ନବ ନିର୍ବାଚିତ ମହିଳା କର୍ପୋରେଟରଙ୍କ ମଧ୍ୟରୁ ଅନେକ ଗୃହିଣୀରୁ ରାଜନୀତିରେ ପାଦ ଥାପିଛନ୍ତି। ତଥାପି ନିଜର ଦକ୍ଷତା ବଳରେ ଶାସନ ଭାର ଠିକ୍‌ ଭାବେ ତୁଲାଇ ପାରିବେ ବୋଲି କହିଛନ୍ତି। ୨୦୧୪ ନିର୍ବାଚନରେ ମଧ୍ୟ ୩୮ଜଣ ମହିଳା କର୍ପୋରେଟର ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri