Categories: ଜାତୀୟ

ଜେଲେନସ୍କିଙ୍କ ସହ ସିଧା କଥା ହେବାକୁ ପରାମର୍ଶ ଦେଲେ

ନୂଆଦିଲ୍ଲୀ,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି ଆଲୋଚନା ବେଳେ ମୋଦି ୟୁକ୍ରେନର ସମି ସହରରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସିଧାସଳଖ କଥା ହେବା ପାଇଁ ପୁଟିନଙ୍କୁ ମୋଦି ପରାମର୍ଶ ଦେଇଛନ୍ତି। ଦୁଇ ନେତା ଯୁଦ୍ଧ ପ୍ରଭାବିତ ୟୁକ୍ରେନର ସ୍ଥିତି ଉପରେ ୫୦ ମିନିଟ୍‌ ଧରି ଫୋନରେ ଆଲୋଚନା କରିଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି।

ରାଷ୍ଟ୍ରପତି ପୁଟିନ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ଯଥା ସମ୍ଭବ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇଛନ୍ତି।

ପ୍ରାୟ ୭୦୦ରୁ ୯୦୦ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନର ଉତ୍ତରପୂର୍ବରେ ଥିବା ସମି ସହରରେ ଫସିଛନ୍ତି। ସେମାନେ ସେମାନଙ୍କ ସଂଘର୍ଷର ଭିଡିଓ ଶେୟାର କରୁଛନ୍ତି।

Share