ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର କାମକୁ ଫେରିଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ …

ସ୍ବମୀଙ୍କ ମୃତ୍ୟୁ ପରେ ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀ ପ୍ରଥମ ଥର କାମକୁ ଫେରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ସ୍ବାମୀ ରାଜ କୌଶଲଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ମନ୍ଦିରା ପ୍ରଥମ ଥର କାମ ଆରମ୍ଭ କରିବା ସମୟରେ ଫଟୋ ଶେୟାର କରିଛନ୍ତି। ମନ୍ଦିରାଙ୍କ ସ୍ବାମୀ ବଲିଉଡ ନିର୍ଦ୍ଦେଶକ ରାଜ କୌଶଲଙ୍କ ଚଳିତ ବର୍ଷ ଜୁନ ୩୦ରେ ଦେହାନ୍ତ ହୋଇଥିଲା। ସେବେଠାରୁ ମନ୍ଦିରା ମଧ୍ୟ ସୋସିଆଲ ମିଡିଆଠାରୁ ଦୂରରେ ରହିଥିଲେ । ବହୁତ ଦୁଃଖରେ ସମୟ ବିତାଉଥିଲ। ଏବେ ପୁଣି ଥରେ ଅଭିନେତ୍ରୀ ନୂଆ ଜୀବନ ଆରମ୍ଭ କରି କାମକୁ ଫେରିଛନ୍ତି।
ସେ ଇନଷ୍ଟାଗ୍ରାମରେ ସେଲଫି ଶେୟାର କରି ଲେଖିଛନ୍ତି, ସେ କାମକୁ ଫେରିଛନ୍ତି। ମନ୍ଦିରା ଲେଖିଛନ୍ତି, ‘କାମକୁ ଫେରିଥିବାରୁ କୃତଜ୍ଞ। ସମସ୍ତ ଦୟା ପାଇଁ କୃତଜ୍ଞ। ମୋ ଜୀବନରେ ଲୋକମାନଙ୍କୁ ପାଇଥିବାରୁ କୃତଜ୍ଞ ସୁସ୍ଥ ଏବଂ ଜୀବିତ ଥିବାରୁ ମୁଁ ମଧ୍ୟ ବହୁତ କୃତଜ୍ଞ।

ମନ୍ଦିରାଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ମନ୍ଦିରା ତାଙ୍କର ଅଭିନୟ ଶୈଳୀ ଏବଂ ଫିଟନେସ ପାଇଁ ବେଶ ଜଣାଶୁଣା। ସ୍ବାମୀଙ୍କ ମୃତ୍ୟୁ ପରେ ସେ କିଛି ସମୟ କାମରୁ ବିରତି ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜର ପୁରୁଣା ସକାରାତ୍ମକ ଶୈଳୀ ସହିତ କାମ କରିବାକୁ ଫେରିଛନ୍ତି।

Share