ଭୁବନେଶ୍ୱର,୩୦।୪: ଏଚ୍ଡିଏଫ୍ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି ସାରା ଭାରତରେ ଆବାସିକ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ଉଭୟ ସଂସ୍ଥା ଲକ୍ଷ୍ୟ ରଖିଥିବା ବେଳେ ମିଳିତ ପ୍ଲାଟଫର୍ମର ଆକାର ୩୫୦ କୋଟି ଟଙ୍କାରୁ ଆରମ୍ଭ ହୋଇ ବର୍ତ୍ତମାନ ୮୫୦ କୋଟି ଟଙ୍କାରେ ରହିଛି। ଦେଶରେ ବୃଦ୍ଧି ହେଉଥିବା ଆବାସିକ ଚାହିଦାକୁ ସମାଧାନ କରିବା ଲାଗି ଉଭୟ ସଂସ୍ଥା ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଏଲଡେକୋ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ବଜାଜ କହିଛନ୍ତି, ଏଚ୍ଡିଏଫ୍ସି କ୍ୟାପିଟାଲ ସହିତ ଆମର ସହଭାଗିତା ଠିକ୍ ସମୟରେ ହୋଇଛି। ଦୀର୍ଘ ଦିନର ଅବନତି ପରେ ବର୍ତ୍ତମାନ ପ୍ରିମିୟମ ହାଉସିଂ ପ୍ରକଳ୍ପର ଚାହିଦା ମଧ୍ୟ ବଢ଼ିଛି। ଏପରିକି ଆମେ ଏହି ଚାହିଦାକୁ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛୁ।
ଏଚ୍ଡିଏଫ୍ସି କ୍ୟାପିଟାଲ ସହିତ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ କରିଥିବା ସବୁ ପ୍ରକଳ୍ପ ଲାଗି ବହୁତ ଭଲ ପ୍ରତିକ୍ରିୟା ହାସଲ କରିଛୁ। ବାସ୍ତବରେ ଆମେ ଆମର ନୋଏଡା ପ୍ରକଳ୍ପ ‘ଏଲଡେକୋ ଲା ଭିଡାବେଲା’ ଆସନ୍ତା ସପ୍ତାହରେ ଶୁଭାରମ୍ଭ ହେବାକୁ ଯାଉଛି। ଏହା ସହିତ ୭୦୦ କୋଟି ଟଙ୍କାର ବ୍ୟବସାୟ ହେବାର ଆଶା ରଖିଛୁ। ଉକ୍ତ ପ୍ଲାଟଫର୍ମରେ ବିବିଧ ମିଶ୍ରଣ ରହିଛି, ଯାହା ଦ୍ୱିତୀୟ ସହରର ଟାଉନଶିପ, ଏନସିଆରର ଉଚ୍ଚବୃଦ୍ଧି ଓ ଋଷିକେଶ ଏବଂ ଗୋଆ ପରି ସ୍ଥାନରେ ଏହାର ବିସ୍ତାର ହେବା ଆଶା ରହିଛି।
ସେହିଭଳି ଏଚ୍ଡିଏଫ୍ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡର ଏମ୍ଡି ତଥା ସିଇଓ ଭିପୁଲ ରୁଙ୍ଗଟା କହିଛନ୍ତି, ଏଲଡେକୋ ଗ୍ରୁପ ସହ ଆମର ନିରନ୍ତର ସହଯୋଗ ବିକାଶ ଓ ବିତରଣର ଏକ ଭଲ ଟ୍ରାକ ରେକର୍ଡ଼ ରହିଛି। ଏହା ସହିତ ଶୀର୍ଷ ରେଟେଡ ଡେଭଲପରମାନଙ୍କ ସହ ଭାଗୀଦାରି କରିବାର ରଣନୀତିକୁ ମଧ୍ୟ ଆଲୋକିତ କରିଥାଏ। ଏହି ବିନିଯୋଗ ମାଧ୍ୟମରେ ଭାରତର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସହରରେ ସୁଲଭ ମୂଲ୍ୟରେ ଗୃହ ବିକାଶ ଲକ୍ଷ୍ୟ ରଖିଛୁ।
ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର
ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…
ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….
ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…
ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’
ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…
ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ
ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍ କୁମାର ରାଉତ(୧୫)।…
ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ
ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…
ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….
ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…
ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍
ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…
ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ
ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…
Archives

