Odisha Elections 2024

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି ସାରା ଭାରତରେ ଆବାସିକ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ଉଭୟ ସଂସ୍ଥା ଲକ୍ଷ୍ୟ ରଖିଥିବା ବେଳେ ମିଳିତ ପ୍ଲାଟଫର୍ମର ଆକାର ୩୫୦ କୋଟି ଟଙ୍କାରୁ ଆରମ୍ଭ ହୋଇ ବର୍ତ୍ତମାନ ୮୫୦ କୋଟି ଟଙ୍କାରେ ରହିଛି। ଦେଶରେ ବୃଦ୍ଧି ହେଉଥିବା ଆବାସିକ ଚାହିଦାକୁ ସମାଧାନ କରିବା ଲାଗି ଉଭୟ ସଂସ୍ଥା ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଏଲଡେକୋ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ବଜାଜ କହିଛନ୍ତି, ଏଚ୍‌ଡିଏଫ୍‌ସି କ୍ୟାପିଟାଲ ସହିତ ଆମର ସହଭାଗିତା ଠିକ୍‌ ସମୟରେ ହୋଇଛି। ଦୀର୍ଘ ଦିନର ଅବନତି ପରେ ବର୍ତ୍ତମାନ ପ୍ରିମିୟମ ହାଉସିଂ ପ୍ରକଳ୍ପର ଚାହିଦା ମଧ୍ୟ ବଢ଼ିଛି। ଏପରିକି ଆମେ ଏହି ଚାହିଦାକୁ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛୁ।
ଏଚ୍‌ଡିଏଫ୍‌ସି କ୍ୟାପିଟାଲ ସହିତ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ କରିଥିବା ସବୁ ପ୍ରକଳ୍ପ ଲାଗି ବହୁତ ଭଲ ପ୍ରତିକ୍ରିୟା ହାସଲ କରିଛୁ। ବାସ୍ତବରେ ଆମେ ଆମର ନୋଏଡା ପ୍ରକଳ୍ପ ‘ଏଲଡେକୋ ଲା ଭିଡାବେଲା’ ଆସନ୍ତା ସପ୍ତାହରେ ଶୁଭାରମ୍ଭ ହେବାକୁ ଯାଉଛି। ଏହା ସହିତ ୭୦୦ କୋଟି ଟଙ୍କାର ବ୍ୟବସାୟ ହେବାର ଆଶା ରଖିଛୁ। ଉକ୍ତ ପ୍ଲାଟଫର୍ମରେ ବିବିଧ ମିଶ୍ରଣ ରହିଛି, ଯାହା ଦ୍ୱିତୀୟ ସହରର ଟାଉନଶିପ, ଏନସିଆରର ଉଚ୍ଚବୃଦ୍ଧି ଓ ଋଷିକେଶ ଏବଂ ଗୋଆ ପରି ସ୍ଥାନରେ ଏହାର ବିସ୍ତାର ହେବା ଆଶା ରହିଛି।
ସେହିଭଳି ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡର ଏମ୍‌ଡି ତଥା ସିଇଓ ଭିପୁଲ ରୁଙ୍ଗଟା କହିଛନ୍ତି, ଏଲଡେକୋ ଗ୍ରୁପ ସହ ଆମର ନିରନ୍ତର ସହଯୋଗ ବିକାଶ ଓ ବିତରଣର ଏକ ଭଲ ଟ୍ରାକ ରେକର୍ଡ଼ ରହିଛି। ଏହା ସହିତ ଶୀର୍ଷ ରେଟେଡ ଡେଭଲପରମାନଙ୍କ ସହ ଭାଗୀଦାରି କରିବାର ରଣନୀତିକୁ ମଧ୍ୟ ଆଲୋକିତ କରିଥାଏ। ଏହି ବିନିଯୋଗ ମାଧ୍ୟମରେ ଭାରତର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସହରରେ ସୁଲଭ ମୂଲ୍ୟରେ ଗୃହ ବିକାଶ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri