ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି ସାରା ଭାରତରେ ଆବାସିକ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ଉଭୟ ସଂସ୍ଥା ଲକ୍ଷ୍ୟ ରଖିଥିବା ବେଳେ ମିଳିତ ପ୍ଲାଟଫର୍ମର ଆକାର ୩୫୦ କୋଟି ଟଙ୍କାରୁ ଆରମ୍ଭ ହୋଇ ବର୍ତ୍ତମାନ ୮୫୦ କୋଟି ଟଙ୍କାରେ ରହିଛି। ଦେଶରେ ବୃଦ୍ଧି ହେଉଥିବା ଆବାସିକ ଚାହିଦାକୁ ସମାଧାନ କରିବା ଲାଗି ଉଭୟ ସଂସ୍ଥା ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଏଲଡେକୋ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ବଜାଜ କହିଛନ୍ତି, ଏଚ୍‌ଡିଏଫ୍‌ସି କ୍ୟାପିଟାଲ ସହିତ ଆମର ସହଭାଗିତା ଠିକ୍‌ ସମୟରେ ହୋଇଛି। ଦୀର୍ଘ ଦିନର ଅବନତି ପରେ ବର୍ତ୍ତମାନ ପ୍ରିମିୟମ ହାଉସିଂ ପ୍ରକଳ୍ପର ଚାହିଦା ମଧ୍ୟ ବଢ଼ିଛି। ଏପରିକି ଆମେ ଏହି ଚାହିଦାକୁ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛୁ।
ଏଚ୍‌ଡିଏଫ୍‌ସି କ୍ୟାପିଟାଲ ସହିତ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ କରିଥିବା ସବୁ ପ୍ରକଳ୍ପ ଲାଗି ବହୁତ ଭଲ ପ୍ରତିକ୍ରିୟା ହାସଲ କରିଛୁ। ବାସ୍ତବରେ ଆମେ ଆମର ନୋଏଡା ପ୍ରକଳ୍ପ ‘ଏଲଡେକୋ ଲା ଭିଡାବେଲା’ ଆସନ୍ତା ସପ୍ତାହରେ ଶୁଭାରମ୍ଭ ହେବାକୁ ଯାଉଛି। ଏହା ସହିତ ୭୦୦ କୋଟି ଟଙ୍କାର ବ୍ୟବସାୟ ହେବାର ଆଶା ରଖିଛୁ। ଉକ୍ତ ପ୍ଲାଟଫର୍ମରେ ବିବିଧ ମିଶ୍ରଣ ରହିଛି, ଯାହା ଦ୍ୱିତୀୟ ସହରର ଟାଉନଶିପ, ଏନସିଆରର ଉଚ୍ଚବୃଦ୍ଧି ଓ ଋଷିକେଶ ଏବଂ ଗୋଆ ପରି ସ୍ଥାନରେ ଏହାର ବିସ୍ତାର ହେବା ଆଶା ରହିଛି।
ସେହିଭଳି ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡର ଏମ୍‌ଡି ତଥା ସିଇଓ ଭିପୁଲ ରୁଙ୍ଗଟା କହିଛନ୍ତି, ଏଲଡେକୋ ଗ୍ରୁପ ସହ ଆମର ନିରନ୍ତର ସହଯୋଗ ବିକାଶ ଓ ବିତରଣର ଏକ ଭଲ ଟ୍ରାକ ରେକର୍ଡ଼ ରହିଛି। ଏହା ସହିତ ଶୀର୍ଷ ରେଟେଡ ଡେଭଲପରମାନଙ୍କ ସହ ଭାଗୀଦାରି କରିବାର ରଣନୀତିକୁ ମଧ୍ୟ ଆଲୋକିତ କରିଥାଏ। ଏହି ବିନିଯୋଗ ମାଧ୍ୟମରେ ଭାରତର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସହରରେ ସୁଲଭ ମୂଲ୍ୟରେ ଗୃହ ବିକାଶ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?