ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ କିଣିବା ପାଇଁ ଫୋନରୁ ପେମେଣ୍ଟ କରିଦେଉଛନ୍ତି। ପେମେଣ୍ଟ ହେଉ ହେଉ ବ୍ୟାଙ୍କ ପଟୁ ଆସୁଥିବା SMS ମଧ୍ୟ ଜଣାଇ ଦିଏ ଯେ ଖାତାରୁ ଟଙ୍କା କଟିଲା କି ନାହିଁ। କିନ୍ତୁ ନୂଆ ବର୍ଷରୁ HDFC Bankର ଗ୍ରାହକମାନଙ୍କୁ UPI ପେମେଣ୍ଟେର ଏହି SMS ଆଲର୍ଟ ହିଁ ମିଳିବ ନାହିଁ।
ହଁ, HDFC Bank ନିଜ ଗ୍ରାହକମାନଙ୍କୁ ଏକ ନୋଟିଫିକେସନ ପଠାଇଛି ଏବଂ ଏଥିରେ କୁହାଯାଇଛି ଯେ ୧ ଜାନୁଆରୀ ୨୦୨୭ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନରେ SMS ଆଲର୍ଟ ପଠାଇବା ବନ୍ଦ କରିଦିଆଯିବ। ଅର୍ଥାତ ଯଦି ଆପଣ ୧୦୦, ୨୦୦ ବା ପୂରା ୫୦୦ ଟଙ୍କାର UPI ପେମେଣ୍ଟ କରନ୍ତି, ତେବେ ବ୍ୟାଙ୍କ ପଟୁ ଫୋନକୁ SMS ଆସିବ ନାହିଁ।
ବାସ୍ତବରେ, RBI ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରିଛି। ଏହି ନିୟମ ୧ ଜାନୁଆରୀ ୨୦୨୭ରୁ ଲାଗୁ ହେବ। ଏହି ନିୟମ ଅନୁଯାୟୀ, ୫୦୦ ଟଙ୍କାରୁ ଅଧିକ ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନ୍ରେ ବ୍ୟାଙ୍କଗୁଡ଼ିକୁ ତୁରନ୍ତ SMS ଆଲର୍ଟ ପଠାଇବା ବାଧ୍ୟତାମୂଳକ ହେବ।
ଅନ୍ୟପଟେ, ୫୦୦ ଟଙ୍କା ପର୍ଯ୍ୟନ୍ତ କାରବାରରେ SMS ପଠାଇବା ବ୍ୟାଙ୍କର ନିଜସୱ ନୀତି (ପଲିସି) ହିସାବରେ ହେବ। ଅର୍ଥାତ୍ ବ୍ୟାଙ୍କ ଚାହିଁଲେ SMS ପଠାଇପାରେ ଏବଂ ନ ଚାହିଁଲେ ମେସେଜ ପଠାଇବା ବନ୍ଦ କରିପାରେ। କେବଳ ଏତିକି ଯେ ଏବେ ଯଦି ବ୍ୟାଙ୍କ ୫୦୦ ଟଙ୍କାରୁ କମ ଟ୍ରାଞ୍ଜାକ୍ସନ୍ରେ SMS ପଠାଏ, ତେବେ ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନେଇପାରିବ ନାହିଁ। ଅବଶ୍ୟ RBIର ଏହି ନିୟମ କେବଳ UPI ପାଇଁ ନୁହେଁ, ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନ୍ରେ ଏହା ଲାଗୁ ହେବ।
HDFC Bankର ନୋଟିଫିକେସନ ଅନୁଯାୟୀ, ୧ ଜାନୁଆରୀରୁ ୫୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ୍ରେ SMS ଆଲର୍ଟ ଆସିବ ନାହିଁ। କିନ୍ତୁ ବ୍ୟାଙ୍କ ସମସ୍ତ UPI ଟ୍ରାଞ୍ଜାକ୍ସନର ଇମେଲ ଆଲର୍ଟ ନିଶ୍ଚୟ ପଠାଇବ। ଅର୍ଥାତ୍ ମେସେଜ ବନ୍ଦ ହୋଇଗଲେ ମଧ୍ୟ ଇମେଲ ଆସିବ। ଏହା ବ୍ୟତୀତ ବ୍ୟାଙ୍କ ନିଜ ପଲିସି ହିସାବରେ ଆପ ନୋଟିଫିକେସନ ଏବଂ ପୁଶ ନୋଟିଫିକେସନ ଭଳି ଅନ୍ୟ ଆଲର୍ଟ ମଧ୍ୟ ପଠାଇପାରେ।