ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୯।୯: ଆମେରିକା ଭିତ୍ତିକ ଲ ଫାର୍ମ ରୋଜେନ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ପୁଣି ଥରେ ମାମଲା ଦାଏର କରିଛି। ନିବେଶକଙ୍କୁ ହୋଇଥିବା କ୍ଷତିର ଭରଣା ଲାଗି ଏହି ମାମଲା କରାଯାଇଥିବା ଜଣାପଡିଛି। ଏହା ପୂର୍ବରୁ ଉକ୍ତ ଫାର୍ମ ଜୁଲାଇରେ ଏକ ମାମଲା ଦାଏର କରିଥିଲା। ଏହି ମକଦ୍ଦମାରୁ ଏଚ୍‌ଡିଏଫ୍‌ସିର ଅଡୁଆ ବଢିପାରେ ବୋଲି କୁହାଯାଉଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବର୍ତ୍ତମାନ ଏମ୍‌ଡି ଆଦିତ୍ୟ ପୁରୀ, ଦାୟିତ୍ୱ ନେବାକୁ ଥିବା ନୂଆ ଏମ୍‌ଡି ଶଶୀଧର ଜଗଦୀଶନ ଏବଂ ସଚିବ ହଲଦନକରଙ୍କୁ ବିରୋଧରେ ଲ ଫାର୍ମ ମାମଲା କରିଥିବା ଜଣାପଡିଛି। ଅଭିଯୋଗରେ କୁହାଯାଇଛି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭୁଲ୍‌ ଦସ୍ତାବିଜ ପ୍ରଦାନ କରିଛି। ଏଥିଯୋଗୁ ନିବେଶକଙ୍କୁ କ୍ଷତି ସହିବାକୁ ପଡିଛି। ଏଥି ଲାଗି ବ୍ୟାଙ୍କ ନିବେଶକଙ୍କୁ ଏହାର ଭରଣା କରିବାକୁ ଦାବି କରାଯାଇଛି। ଆମେରିକାର ଡିଷ୍ଟ୍ରିକ୍ଟ କୋର୍ଟରେ ଏହି ମାମଲା ଦାୟର କରାଯାଇଛି। ବ୍ୟାଙ୍କ ଏଭଳି କାର୍ଯ୍ୟ ଜାଣି କିମ୍ବା ଅବହେଳାରେ କରିଛି। ଏହା ନିବେଶକଙ୍କ ସହ ବିଶ୍ୱାସଘାତ ବୋଲି ଅଭିଯୋଗ ହୋଇଛି। ୩୧ ଜୁଲାଇ ୨୦୧୯ଠାରୁ ୧୦ଅଗଷ୍ଟ ୨୦୨୦ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସିକ୍ୟୁରିଟିଜ କ୍ରୟ କରିଥିବା ନିବେଶକଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆସିଛି।
ଏହା ପୂର୍ବରୁ ବ୍ୟାଙ୍କର ଭେଇକିଲ ବିଜ୍‌ନେସରେ ବିଭିନ୍ନ ଅନିୟମିତତା ସାମ୍ନାକୁ ଆସିଥିଲା। ଏହି ମାମଲାରେ ବ୍ୟାଙ୍କ କହିଥିଲା ଯେ, ସେହି ସମୟରେ ଭେଇକିଲ ଫାଇନାନ୍ସ ବିଭାଗରେ ବିଜ୍‌ନେସ ମୁଖ୍ୟ ଭାବେ କାର୍ଯ୍ୟରତ ଅଶୋକ ଖାନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟାଙ୍କର ଅଟୋ ଲୋନ ନେଉଥିବା ଗ୍ରାହକ ଭେଇକିଲ ଟ୍ରାକିଂ ଡିଭାଇସ କିଣିବା ଲାଗି ଚାପ ପକାଯାଉଥିବା ଅଭିଯୋଗ ଆସିଥିଲା। ଏହି ଖବର ପ୍ରଘଟ ହେବା ପରେ ଆମେରିକାରେ ବ୍ୟାଙ୍କ ଡିପୋଜିଟୋରୀ ଶେୟାର ମୂଲ୍ୟ ୨.୮୩% ହ୍ରାସ ହୋଇଥିଲା। ବ୍ୟାଙ୍କ ନିକଟରେ ପର୍ଯ୍ୟାୟ ଡିସକ୍ଲୋଜର ନିୟନ୍ତ୍ରଣ ନ ରହିବା ଯୋଗୁ ଭେଇକିଲ ଫାଇନାକ୍ସ କମ୍ପାନୀର କାର୍ଯ୍ୟରେ ବିଭିନ୍ନ ଅନୀୟମିତତା ଆସିଥିବା ଲ ଫାର୍ମ ଅଭିଯୋଗ କରିଛି। ବ୍ୟାଙ୍କର ଏଭଳି ମନମୁଖି କାମ ଯୋଗୁ ଭେଇକିଲ କାରବାର ଡିଭିଜନ କାରବାର କ୍ଷତି ସହିଛି। ଏହାର ପ୍ରଭାବ ବ୍ୟାଙ୍କର ଫାଇନାନ୍ସ ଏବଂ ସମ୍ମାନ ଉପରେ ମଧ୍ୟ ପଡିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ୟାଙ୍କ ବ୍ୟବସାୟରେ ଠିକ୍‌ ନୀତି ଗ୍ରହଣ କରି ନ ଥିଲା। ଫଳରେ ଜୁନ ତ୍ରୈମାସ ଲାଭ ଉପରେ ମଧ୍ୟ ଏହାର ପ୍ରଭାବ ମଧ୍ୟ ପଡିଛି। ବ୍ୟାଙ୍କର ଭ୍ରମାତ୍ମକ କାର୍ଯ୍ୟ ଯୋଗୁ ଅନେକ ସଂଖ୍ୟାରେ ନିବେଶକ କ୍ଷତିର ସାମ୍ନା କରିଥିବା ଅଭିଯୋଗ ଆସିଛି। ମାତ୍ର ଏହି ମାମଲାରେ କେତେ ପରିମାଣର କ୍ଷତିପୂରଣ ଲୋଡ଼ାଯାଇଛି ତାହା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri