ପ୍ଲେ ଷ୍ଟୋରରୁ ହଟିବା ପରେ ପୁଣି ଫେରିଲା ପେଟିଏମ୍‌ ଆପ୍‌

ନୂଆଦିଲ୍ଲୀ,୧୯।୯: ପେମେଣ୍ଟ ଏବଂ ଫାଇନାନ୍ସ ସେବା ଯୋଗାଉଥିବା ଆପ୍ଲିକେଶନ ପେଟିଏମ୍‌କୁ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ଶୁକ୍ରବାର ହଟାଇଦେଇଥିଲା। ଏହାର ଘଣ୍ଟାଏ ପରେ ଉକ୍ତ ଆପ୍‌ ପୁଣିଥରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା ପେଟିଏମ୍‌ ସୂଚନା ଦେଇଛନ୍ତି। ଅପରପକ୍ଷରେ ପେଟିଏମ୍‌ର ଅନ୍ୟ ଆପ୍ଲିକେଶନ ଯଥା ପେଟିଏମ୍‌ ମଲ୍‌, ପେଟିଏମ୍‌ ମନି ଉପରେ କୌଣସି କଟକଣା ଲାଗି ନାହିଁ। ଏଗୁଡିକ ପୂର୍ବଭଳି କାର୍ଯ୍ୟ କରୁଥିବା ଜଣାପଡିଛି। ନୀତି ଉଲ୍ଲଂଘନ ଅଭିଯୋଗ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ଆଗରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ନଜରକୁ ଆସିଛି। ଗୁଗଲର ପ୍ରଡକ୍ଟ, ଆଣ୍ଡଏଡ ସିକ୍ୟୁରିଟି ଏବଂ ପ୍ରିଭେସି ଉପସଭାପତି ସୁଜେନ ଫ୍ରେ ଏକ ବ୍ଲଗ୍‌ ପୋଷ୍ଟରେ କହିଛନ୍ତି ଯେ, କ୍ରୀଡ଼ା କ୍ଷେତ୍ରରେ ଅନ୍‌ଲାଇନ ଜୁଆ ଏବଂ ଅନିୟନ୍ତ୍ରିତ ଜୁଆ ଆପ୍‌ଗୁଡିକୁ ଅନୁମତି ପ୍ରଦାନ କରାଯାଉନାହିଁ। କୌଣସି ଟୁର୍ନାମେଣ୍ଟ ଲାଗି ବାଜି ଲଗାଇ ପ୍ରକୃତ କ୍ୟାଶ ପ୍ରାଇଜ ଜିତିବା, ଆପ୍‌ ସହାୟତାରେ ଅନ୍ୟ ବାହ୍ୟ ଓ୍ବେବ୍‌ସାଇଟକୁ ସଂଯୋଗ କରିବା ଭଳି ପ୍ରସଙ୍ଗର ଗୁଗଲ ନିୟମକୁ ଉଲ୍ଲଂଘନ କରିଥିବା ଦେଖାଯାଇଛି। ୟୁଜରଙ୍କ ସୁରକ୍ଷାକୁ ନଜରରେ ରଖି ଗୁଗଲ ବିିଭିନ୍ନ ନିୟମ ଲାଗୁ କରିଛି। ଯଦି କୌଣସି ଆପ୍‌ ଏହାର ବିରୋଧ କରୁଥାନ୍ତି ତାଙ୍କୁ ଏ ନେଇ ତାଗିଦ କରାଯିବା ସହ ପ୍ଲେ ଷ୍ଟୋରରୁ ହଟାଯାଇଥାଏ। ଯଦି ଡେଭଲପର ଅନୁପାଳନକୁ ବାରମ୍ବାର ନ ମାନନ୍ତି ତେବେ ତାଙ୍କ ଗୁଗଲ ପ୍ଲେ ଡେଭଲପର ଆକାଉଣ୍ଟ ବାଦ୍‌ ଦିଆଯାଇଥାଏ। ଏହି ନୀତି ସବୁ ଡେଭଲପରଙ୍କ ଲାଗି ସମାନ ଭାବେ ଲାଗୁ ହୋଇଥାଏ ବୋଲି ଫ୍ରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ପେଟିଏମ୍‌ ପକ୍ଷରୁ ଟୁଇଟ ଯୋଗେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା। କମ୍ପାନୀ କହିଥିଲା ଯେ, ଗୁଗଲ ପ୍ଲେ ଷ୍ଟୋରରୁ ପେଟିଏମ୍‌ ଅସ୍ଥାୟୀ ଭାବେ ହଟିଛି। ନୂଆ ଡାଉନଲୋଡ ଏବଂ ଅପ୍‌ଡେଟ କରିବାକୁ ଉପଲବ୍ଧ ହେବ ନାହିଁ। ଏହା ଶୀଘ୍ର ପ୍ଲେ ଷ୍ଟୋରକୁ ଫେରିବ। ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri