ପ୍ଲେ ଷ୍ଟୋରରୁ ହଟିବା ପରେ ପୁଣି ଫେରିଲା ପେଟିଏମ୍‌ ଆପ୍‌

ନୂଆଦିଲ୍ଲୀ,୧୯।୯: ପେମେଣ୍ଟ ଏବଂ ଫାଇନାନ୍ସ ସେବା ଯୋଗାଉଥିବା ଆପ୍ଲିକେଶନ ପେଟିଏମ୍‌କୁ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ଶୁକ୍ରବାର ହଟାଇଦେଇଥିଲା। ଏହାର ଘଣ୍ଟାଏ ପରେ ଉକ୍ତ ଆପ୍‌ ପୁଣିଥରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା ପେଟିଏମ୍‌ ସୂଚନା ଦେଇଛନ୍ତି। ଅପରପକ୍ଷରେ ପେଟିଏମ୍‌ର ଅନ୍ୟ ଆପ୍ଲିକେଶନ ଯଥା ପେଟିଏମ୍‌ ମଲ୍‌, ପେଟିଏମ୍‌ ମନି ଉପରେ କୌଣସି କଟକଣା ଲାଗି ନାହିଁ। ଏଗୁଡିକ ପୂର୍ବଭଳି କାର୍ଯ୍ୟ କରୁଥିବା ଜଣାପଡିଛି। ନୀତି ଉଲ୍ଲଂଘନ ଅଭିଯୋଗ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ଆଗରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ନଜରକୁ ଆସିଛି। ଗୁଗଲର ପ୍ରଡକ୍ଟ, ଆଣ୍ଡଏଡ ସିକ୍ୟୁରିଟି ଏବଂ ପ୍ରିଭେସି ଉପସଭାପତି ସୁଜେନ ଫ୍ରେ ଏକ ବ୍ଲଗ୍‌ ପୋଷ୍ଟରେ କହିଛନ୍ତି ଯେ, କ୍ରୀଡ଼ା କ୍ଷେତ୍ରରେ ଅନ୍‌ଲାଇନ ଜୁଆ ଏବଂ ଅନିୟନ୍ତ୍ରିତ ଜୁଆ ଆପ୍‌ଗୁଡିକୁ ଅନୁମତି ପ୍ରଦାନ କରାଯାଉନାହିଁ। କୌଣସି ଟୁର୍ନାମେଣ୍ଟ ଲାଗି ବାଜି ଲଗାଇ ପ୍ରକୃତ କ୍ୟାଶ ପ୍ରାଇଜ ଜିତିବା, ଆପ୍‌ ସହାୟତାରେ ଅନ୍ୟ ବାହ୍ୟ ଓ୍ବେବ୍‌ସାଇଟକୁ ସଂଯୋଗ କରିବା ଭଳି ପ୍ରସଙ୍ଗର ଗୁଗଲ ନିୟମକୁ ଉଲ୍ଲଂଘନ କରିଥିବା ଦେଖାଯାଇଛି। ୟୁଜରଙ୍କ ସୁରକ୍ଷାକୁ ନଜରରେ ରଖି ଗୁଗଲ ବିିଭିନ୍ନ ନିୟମ ଲାଗୁ କରିଛି। ଯଦି କୌଣସି ଆପ୍‌ ଏହାର ବିରୋଧ କରୁଥାନ୍ତି ତାଙ୍କୁ ଏ ନେଇ ତାଗିଦ କରାଯିବା ସହ ପ୍ଲେ ଷ୍ଟୋରରୁ ହଟାଯାଇଥାଏ। ଯଦି ଡେଭଲପର ଅନୁପାଳନକୁ ବାରମ୍ବାର ନ ମାନନ୍ତି ତେବେ ତାଙ୍କ ଗୁଗଲ ପ୍ଲେ ଡେଭଲପର ଆକାଉଣ୍ଟ ବାଦ୍‌ ଦିଆଯାଇଥାଏ। ଏହି ନୀତି ସବୁ ଡେଭଲପରଙ୍କ ଲାଗି ସମାନ ଭାବେ ଲାଗୁ ହୋଇଥାଏ ବୋଲି ଫ୍ରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ପେଟିଏମ୍‌ ପକ୍ଷରୁ ଟୁଇଟ ଯୋଗେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା। କମ୍ପାନୀ କହିଥିଲା ଯେ, ଗୁଗଲ ପ୍ଲେ ଷ୍ଟୋରରୁ ପେଟିଏମ୍‌ ଅସ୍ଥାୟୀ ଭାବେ ହଟିଛି। ନୂଆ ଡାଉନଲୋଡ ଏବଂ ଅପ୍‌ଡେଟ କରିବାକୁ ଉପଲବ୍ଧ ହେବ ନାହିଁ। ଏହା ଶୀଘ୍ର ପ୍ଲେ ଷ୍ଟୋରକୁ ଫେରିବ। ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?