Posted inରାଜ୍ୟ

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ହରିଶ ଟାଣ୍ଡନ ଏବଂ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA)ଙ୍କୁ ୧୫ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ଭୁବନେଶ୍ୱରର ଜଣେ ବାସିନ୍ଦାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ମୋଟର ଯାନ ଆଇନ-୧୯୮୮ କିମ୍ବା କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ରେ ତେଲ ବନ୍ଦ କରିବାର କୌଣସି ପ୍ରାବଧାନ ନାହିଁ। ଏହାସହ ଇନ୍ଧନ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାକୁ ରୋକିବା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟପଟେ ସରକାର ଏହାକୁ ପ୍ରଦୂଷଣ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ରକ୍ଷା ପାଇଁ ଏକ ପଦକ୍ଷେପ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri