ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ ଅଫିସ, ୧୯।୧୦: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବେଳେ ବିବାଦ ହାଇକୋର୍ଟକୁ ଯାଇଥିଲା। ଶେଷରେ ୯ ପୂଜା କମିଟିକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏହି ଅନୁମତି ଦେଇଥିବା ବେଳେ ୨ଟି ସର୍ତ୍ତ ମଧ୍ୟ ରଖିଛନ୍ତି।
ପ୍ରଥମତଃ ମୂର୍ତ୍ତି ଉଚ୍ଚତାକୁ ଅନୁମତି ମିଳିଥିଲେ ବି ବିସର୍ଜନ ପ୍ରଶାସନ ହିଁ କରିବ। ଅପରପକ୍ଷେ ଏହି ଅନୁମତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରିବନି ବୋଲି ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ପୋଲିସ କମିଶନରଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମୂର୍ତ୍ତି ଗୁଡିକର ଉଚ୍ଚତା ଯାଞ୍ଚକରି ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ପୋଲିସ କମିଶନର ଗତ ୧୭ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ। ମଣ୍ଡପରେ ୪ ଫୁଟରୁ ଊର୍ଦ୍ଧ୍ୱର ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇସାରିଥିବାରୁ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବା ସମ୍ଭବପର ନ ଥିବା ଦର୍ଶାଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ୯ଟି କମିଟିକୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri