ସବୁଠାରୁ ୟୁନିକ ହେଜେଲଙ୍କ ପୁଅର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେଜେଲ କେଚ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଘରକୁ ଚଳିତ ବର୍ଷ ଜାନୁଆରୀରେ ଆସିଥିଲେ ଜଣେ ନୂଆ ଅତିଥି । ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ପୁଅ ଜନ୍ମ ହେବା ପରେ ହେଜେଲ ଓ ଯୁବରାଜ ତାଙ୍କର ପ୍ୟାରେଣ୍ଟହୁଡ ଲାଇଫର ମଜା ଉଠାଉଛନ୍ତି ।

କିଛିଦିନ ହେବ କପଲ ତାଙ୍କ ପୁଅର ଫଟୋ ଶେୟାର କରୁଥିବା ଦେଖାଯାଇଛି । ୧୯ ଜୁନ ଫାଦର୍ସ ଡେ’ ଅବସରରେ କପଲ ତାଙ୍କ କ୍ୟୁଟ ଲାଡଲା ସହ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଏହି ଫଟୋକୁ ଶେୟାର କରି ହେଜେଲ ଓ ଯୁବରାଜ ତାଙ୍କ ପୁଅର ନାମ କହିଥିଲେ ।
ହେଜେଲ ଓ ଯୁବରାଜ ତାଙ୍କ ପୁଅର ସବୁଠାରୁ ୟୁନିକ ନାମ ରଖିଛନ୍ତି । ପୁଅର ନାଁ ହେଉଛି ‘ଓରିୟନ କିଚ ସିଂ’ । ପୋଷ୍ଟ ସହ କପଲ ଲେଖିଛନ୍ତି ବିଶ୍ୱକୁ ତୁମକୁ ସ୍ୱାଗତ ଓରିୟନ କିଚ ସିଂ । ମମି ଡାଡି ତୁମକୁ ଖୁବ୍ ଭଲ ପାଆନ୍ତି । ତୁମର ଆଖି ସବୁ ସ୍ମାଇଲ ସହ ସେମିତି ଚମକିଥାଏ ଯେମିତି ତୁମ ନାମ ତାରା ମାନଙ୍କ ମଧ୍ୟରେ ଲେଖାଯାଇଛି, ହାପି ଫାଦର୍ସ ଡେ ।
ସୂଚନା ଅନୁଯାୟୀ, ହେଜେଲ ଓ ଯୁବରାଜଙ୍କ ପୁଅର ନାମ ଏକ ୟୁନିକ ପୌରାଣିକ ଶିକାରି ଓରାୟନଙ୍କ ନାମ ଅନୁଯାୟୀ ରଖାଯାଇଛି । ଯାହାକୁ ଏକ ତାରା ମଣ୍ଡଳରେ ପରିବର୍ତ୍ତନ କରିଦିଆଯାଇଛି । ଆକାଶରେ ଏହି ତାରାମଣ୍ଡଳକୁ ଓରାୟନ ନାମରେ ଚିହ୍ନିତ କରାଯାଇଥାଏ । ଗତ ସପ୍ତାହରେ ବି ହେଜେଲ ତାଙ୍କ ପୁଅର ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଯୁବରାଜଙ୍କ ଛାତି ଉପରେ ଶୋଇଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ୧୨ ନଭେମ୍ବର ୨୦୧୫ରେ ଯୁବରାଜ ଓ ହେଜେଲଙ୍କ ନିର୍ବନ୍ଧ ହୋଇଥିବା ବେଳେ, ୩୦ ନଭେମ୍ବର ୨୦୧୬ରେ ଏମାନେ ବିବାହ କରିଥିଲେ । ବିବାହର ପ୍ରାୟ ୫ ବର୍ଷ ପରେ ଘରକୁ ନୂଆ ଅତିଥି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri