ଏହି ୧୦ ଗୁଣ ଥିଲେ କର୍ମକ୍ଷେତ୍ରରେ ହୋଇପାରିବେ ସଫଳ: ନିଜକୁ ପରଖି ନିଅନ୍ତୁ…

ଚାକିରି, କେତେଜଣ ଏହାକୁ ଖୁସିରେ କରିଥାନ୍ତି ତ ଆଉ କେତେକ ବାଧ୍ୟରେ। ହେଲେ ଯେଉଁ ବି କାମ ଆମେ କରୁଛେ ତାକୁ ମନଲଗାଇ କଲେ ସେଥିରେ ସଫଳତା ମିଳିଥାଏ। ଚାକିରି ମଧ୍ୟ ସେମିତି। ମନଲଗାଇ କଲେ ସେଥିରେ ସଫଳତା ନିଶ୍ଚୟ ମିଳିଥାଏ। ତେବେ ଯେକୌଣସି ଚାକିରି ହେଉ ନା କାହିଁକି ଜଣେ କର୍ମଚାରୀ ମଧ୍ୟରେ ଏହି ୧୦ଟି ଗୁଣ ରହିଥିଲେ ସେ ନିଶ୍ଚୟ ସଫଳତା ପାଇପାରିବେ। ଜାଣବା ସେଇ ଗୁଣ ବିଷୟରେ….

ସଚ୍ଚୋଟ: କୌଣସି ବି କାମ କରିବା ପାଇଁ ହେଲେ ସର୍ବପ୍ରଥମେ ସଚ୍ଚୋଟ ହେବା ଦରକାର। କାରଣ ସତ ସମ୍ପର୍କ ବେଶିଦିନ ତିଷ୍ଠି ରହିଥାଏ। ସଚ୍ଚୋଟ ହୋଇଥିଲେ ଆପଣ କର୍ମକ୍ଷେତ୍ରରେ ଅନେକ ସଫଳତା ପାଇପାରିବେ।
କାମକୁ କହିବା ଶିଖନ୍ତୁ: କମ୍ୟୁନିକେଶନ ସବୁଠାରୁ ଜରୁରି। କିଛି ଲୋକ ଅଛନ୍ତି ବହୁତ କାମ କରନ୍ତି, ହେଲେ ନିଜ କାମ ବିଷୟରେ ଅନ୍ୟକୁ କହିପାରି ନ ଥାନ୍ତି। ଫଳରେ ସେମାନଙ୍କ କାମ ସମ୍ମୁଖକୁ ଆସିପାରି ନଥାଏ। ତେଣୁ ନିଜେ କ’ଣ କାମ କରୁଛନ୍ତି ତାହାକୁ ଲେଖି ଏବଂ ପଢ଼ି ଅନ୍ୟଆଗରେ ଉପସ୍ଥାପିତ କରିପାରୁଥିବା ଦରକାର।
ମଲ୍ଟିଂଟାସ୍କିଂ : ଏଇଟା ମୋ କାମ ନୁହେଁ, ଏପରି କହିବା ସବୁଠାରୁ ବଡ଼ ମୁର୍ଖାମୀ। କାରଣ ଏବେ ନୂଆ ନୂଆ ଜିନିଷ ବିଷୟରେ ଶିଖିବାର ସମୟ। ନିଜକୁ ସବୁବେଳେ ଅପ୍‌ଡେଟ୍‌ କରିବା ଦରକାର। ସବୁ ପ୍ରକାର କାମ କରିପାରୁଥିବା ଉଚିତ୍‌। ଯିଏ ନିଜ କାମ କରି ଅନ୍ୟ ସବୁ ପ୍ରକାରର କାମ କରିପାରୁଛି ବର୍ତ୍ତମାନ ତା’ର ସବୁଠାରୁ ବେଶି ଚାହିଦା।
ନିଜକୁ ପ୍ରସ୍ତୁତ କରନ୍ତୁ: ବତ୍ତର୍ମାନ ସମୟ ସହ ଖାପଖୁଆଇ ନିଜକୁ ଚାଲି ଶିଖିବା ଦରକାର। ନଚେତ୍‌ ଆମେ ପଛରେ ପଡ଼ିଯିବା।
ସକାରାତ୍ମକ ମନୋଭାବ: ଏହି କାମ ମୁଁ ଜାଣିନାହିଁ, ଏହା କିପରି ହେବ ଆଦି କହିବା ସବୁଠାରୁ ବଡ଼ ମୁର୍ଖାମୀ। କହିବା ଦରକାର ଏହାକୁ ମୁଁ ଶିଖିପାରିବି, ଟିକେ ଟାଇମ୍‌ ଲାଗିବ। ସବୁବେଳେ ସକାରାତ୍ମକ ମନୋଭାବ ରହିବା ଦରକାର।
ବନ୍ଧୁତ୍ୱପୂର୍ଣ୍ଣ: ଆମକୁ ଡିଜିଟାଲ ହେବା ଦରକାର। ସୋସିଆଲ ମିଡିଆର ଲାଭ ଏବଂ କ୍ଷତି ବିଷୟରେ ଜାଣିବା ଦରକାର। ଯାହାଫଳରେ ଆମେ ଆମ କାମ ଅନୁସାରେ ତାର ବ୍ୟବହାର କରିପାରିବା।
ସମୟ ସହ ପରିବର୍ତ୍ତନ: ସର୍ବପ୍ରଥମେ ଆମକୁ ଯୋଗ୍ୟ କର୍ମଚାରୀ ବୋଲି ପ୍ରମାଣ କରି ଦେଖାଇବାକୁ ପଡ଼ିବ। ସମୟ ଯାହାବି ହେଇଥାଉ ନା କାହିଁକି, କାମ ଉପରେ ଏହାର ପ୍ରଭାବ ପଡିବା ଅନୁଚିତ୍‌।
ଡରିବାନି ଲଢ଼ିବା: ଜୀବନରେ ଉତ୍‌ଥାନ-ପତନ ଲାଗିରହିଥାଏ। ଏହା ସତ୍ତ୍ୱେ ମଧ୍ୟ ଆମେ ଜଦି ଠିକ୍‌ ଭାବେ କାମ କରିପାରୁଛୁ ତେବେ ଆମେ ଯେଉଁଠାରେ ଥିଲେ ବି ବେଷ୍ଟ କର୍ମଚାରୀ ହୋଇପାରିବା।
ପ୍ଲାନିଂ ଜରୁରୀ: କାମରେ ଜଦି ପ୍ଲାନିଂ ନ ଥିବ ତେବେ କାମ କଷ୍ଟ ଲାଗିବ। ତେଣୁ ପ୍ରଥମେ ପ୍ଲାନିଂ କରିବା ଉଚିତ୍‌। ଏହା ଦ୍ୱାରା ଠିକ୍‌ ଭାବେ କାମ ହେବା ସହ ବହୁତ କିଛି ଶିଖିବାକୁ ମିଳିବ।