ପ୍ରକଳ୍ପ ଥାଇ ଚୁଆ ଭରସା

ଢେଙ୍କାନାଳ ଅଫିସ,୯।୪: ପ୍ରକଳ୍ପ ଅଛି। ହେଲେ ପାଣି ଆସୁନାହିଁ। ଫଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଚୁଆକୁ ଭରସା କରି ଦିନ କାଟୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥେକା ପଞ୍ଚାୟତ ନୂଆପଡ଼ା ଗ୍ରାମବାସୀ। ଅଚଳ ମୋଟର ସଜଡ଼ାଯାଉ ନ ଥିବାରୁ ପ୍ରାୟ ୨ ମାସ ହେଲା ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, ନୂଆପଡ଼ା ଏବଂ ଓରନ୍ଦା ଗ୍ରାମବାସୀଙ୍କୁ ହାତପାଆନ୍ତାରେ ପାନୀୟ ଜଳ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ନିର୍ମିତ ହୋଇଛି ପ୍ରକଳ୍ପ। ତେବେ ୨ ମାସ ହେଲା ଏହାର ମୋଟର ପୋଡ଼ି ଯାଇଥିବାରୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ଏହା ଉପରେ ନିର୍ଭରଶୀଳ ନୂଆପଡ଼ା ଓ ଓରନ୍ଦା ଗ୍ରାମବାସୀ କୁଆରିଆ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମହିଳାମାନେ ଦୀର୍ଘପଥ ଅତିକ୍ରମ କରି ହାଣ୍ଡି, ମାଠିଆରେ ପାଣି ବୋହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ବି ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଧରାଛୁଅଁା ଦେଉନାହାନ୍ତି। ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତର ବିଡିଓ ଆଶିଷ ରଞ୍ଜନ ସାହୁ କୁହନ୍ତି, ପ୍ରକଳ୍ପ ନିର୍ମାଣ ପରେ ୫ ବର୍ଷ ପାଇଁ ଠିକାଦାର ଏହାର ପରିଚାଳନା କରିବେ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଠିକାଦାର କଥା ଶୁଣୁନାହାନ୍ତି। ତେଣୁ ସରପଞ୍ଚଙ୍କ ସହ ଆଲୋଚନା କରି ଟ୍ୟାଙ୍କର ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ପ୍ରକଳ୍ପ ଅଚଳ ହେବା ସମ୍ପର୍କରେ ଠିକାଦାରଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରି ପାଣିଯୋଗାଣ ସ୍ବାଭାବିକ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri