ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ…

ବାଙ୍ଗିରିପୋଷି,୨୮।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ପାଇଁ ବଚସାକୁ କେନ୍ଦ୍ରକରି ନିଜ କକାଙ୍କୁ ହାଣି ହତ୍ୟା କରିଛନ୍ତି ପୁତୁରା। ପୋଲିସ ଗୁରୁବାର ଏକ ହତ୍ୟା ମାମଲା (ନଂ.୨୫୨/୨୧) ରୁଜୁ କରି ପୁତୁରା ଡୋରା ମୁଣ୍ଡା ଓ ସୁବାସିନୀ ଦେହୁରୀ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଶିମିଳା ଅଞ୍ଚଳରେ ମାଠ ମୁଣ୍ଡା(୫୫) ଓ ସ୍ତ୍ରୀ କଟି ମୁଣ୍ଡା ଦିନମଜୁରିଆ ଭାବେ କାମ କରି ଚଳୁଥିଲେ। ସେମାନଙ୍କ ପାଖରେ ବିବାହିତ ପୁତୁରା ଡୋରାଙ୍କ ସହ ତାଙ୍କ ପରିବାର ରହୁଥିଲେ। ହେଲେ ଡୋରାଙ୍କର ଝାରପୋଖରିଆ ଥାନା ଅଞ୍ଚଳର ସୁବାସିନୀଙ୍କ ସହ ପରକୀୟା ପ୍ରୀତି ରହିଥିଲା। ଏହାକୁ ନେଇ ପୂର୍ବରୁ କକା ପୁତୁରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବୁଧବାର ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ନିଶାସକ୍ତ ଅବସ୍ଥାରେ ଥିବା ଡୋରା କକା ମାଠଙ୍କୁ ବାଉଁଶରେ ଆକ୍ରମଣ କରିଥିଲେ। ମାଠ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଅଳ୍ପ ଦୂରରେ ତାଙ୍କର ଜୀବନ ଚାଲିଯାଇଥିଲା। ଅନ୍ୟପକ୍ଷେ କଟି ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବାରିପଦା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା...

ସାଳନ୍ଦୀ ହସ୍‌ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା,୧୨୦ ବେଡ ପ୍ରସ୍ତୁତ, କାର୍ଯ୍ୟରେ ଅବହେଳା ଲାଗି ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ନିଲମ୍ବିତ

ଭଦ୍ରକଅଫିସ, ୮।୪- କରୋନା ମହାମାରୀର ମୁକାବିଲା କରିବା ଲାଗି ଜାରି ରହିଥିବା ଲକ୍ ଡାଉନ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟା ଠାରୁ ଦିନ ୧ଟା...

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଉପ ଜିଲାପାଳ

ପାଟପୁର,୮ା୫- ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୨୪ ଜଣ ପ୍ରବାସୀ ରହୁଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଶୁକ୍ରବାର ବ୍ଲକରେ ପହଞ୍ଚତ୍...

ଆଜି ପୁଣି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୬,୨୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା: ଅଭିଯୁକ୍ତ ଗିରଫ

ସାଲେପୁର, ୨୨।୧୧ (ଡି.ଏନ୍‌.ଏ.): ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସିପୁନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତ ୯ ତାରିଖରେ କଟକ ଜିଲା ସାଲେପୁର...

ଗୋଟିଏ ଫୋନକୁ ୭୨ ପରିବାର: ଗଛରେ ଓହଳାଇ କରୁଛନ୍ତି ଯୋଗାଯୋଗ

ବନ୍ତଳା,୨୬ା୧୨ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏପରି ଏକ ଗଁ। ଅଛି ଯେଉଁଠି ମୋବାଇଲ ଫୋନ ସେବା ପାଇବାକୁ ଅନେକ ହଇରାଣ ହେବାକୁ...

ଓଡ଼ିଶା ପାଇଁ ୧,୦୬୨ କୋଟି

ଭୁବନେଶ୍ୱର, ୮।୭(ବ୍ୟୁରୋ): ଓଡ଼ିଶା ପାଇଁ ମଧ୍ୟାହ୍ନଭୋଜନ ବାର୍ଷିକ ଅଟକଳ ଓ ଯୋଜନା ବୈଠକ ବୁଧବାର ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି...

Advertisement
Archives

Model This Week