Categories: ଖେଳ

ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ପଜିଟିଭ ହେଲେ ଏହି ଖେଳାଳି

କଲମ୍ବୋ, ୫।୧: ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଦଳ ସହ ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ଟେଷ୍ଟ ହେବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସେ କ୍ୱାରାଣ୍ଟାଇନରେ ରହିବେ। ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଦଳର ଅନ୍ୟ ଜଣେ ଅଲରାଉଣ୍ଡର କ୍ରିସ ଓ୍ବକ୍ସ ତାଙ୍କ ସହ ସମ୍ପର୍କରେ ଥିଲେ। ତେଣୁ ସେ ମଧ୍ୟ କ୍ୱାରାଣ୍ଟାଇନରେ ରହିବେ। କିଛି ଦିନ ପରେ ଉଭୟଙ୍କର ପୁଣିଥରେ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
ଗତ ସପ୍ତାହରେ ଇଂଲଣ୍ଡ ଛାଡିବାବେଳେ ଅଲିଙ୍କ କରୋନା ପରୀକ୍ଷା ହୋଇଥିଲା। ସେତେବେଳେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ରବିବାର ହବନଟୋଟା ବିମାନବନ୍ଦରରେ ନିଆଯାଇଥିବା ରିପୋର୍ଟରୁ ସେ ପଜିଟିଭ ଆସିଛନ୍ତି।

Share