Categories: ଫୁରସତ

କେବେ ଦେଖିଛନ୍ତି ବାଦଲ ଫଟା ବର୍ଷା, ଭିଡିଓ ଦେଖିଲେ ଭୟରେ ଥରି ଉଠିବେ

ବାଦଲ ଫାଟିବା ଅର୍ଥ ଏଇୟା ନୁହେଁ କି, ବାଦଲ ଖଣ୍ଡ ଖଣ୍ଡ ହୋଇଯିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଗୋଟିଏ ସ୍ଥାନରେ ଅଚାନକ ଏକାସାଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ ସେତେବେଳେ ଏହାକୁ ବାଦଲ ଫଟା ବର୍ଷା କୁହନ୍ତି। ଉଦାହରଣ ସ୍ବରୂପ ଯଦି ଗୋଟିଏ ବେଲୁନ୍‌ରେ ପାଣି ଭର୍ତ୍ତି କରାଯାଇ ଏହାକୁ ଫଟାଯାଏ ତେବେ ପାଣି ଗୋଟିଏ ସ୍ଥାନରେ ଆଉ ଖୁବ୍‌ ଜୋର୍‌ରେ ପଡ଼ିବ।


ଯେତେବେଳେ ଅତ୍ୟଧିକ ଆର୍ଦ୍ରତା ସହିତ ମେଘ ଗୋଟିଏ ସ୍ଥାନରେ ଏକାଠି ହୋଇଯାନ୍ତି ସେହି ସମୟରେ ବାଦଲ ଫଟା ବର୍ଷା ହୋଇଥାଏ। ମେଘର ଘନତା ଓଜନ ସହିତ ବୃଦ୍ଧି ହୋଇଥାଏ। ତା’ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଥାଏ। ଏପରିକି ଘଣ୍ଟା ପ୍ରତି ୧୦୦ ମିଲିମିଟର ବର୍ଷା ହୋଇଥାଏ। ଫଳରେ ପାହାଡ଼ିଆ ଅଞ୍ଚଳର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। କାରଣ ହଠାତ୍‌ ଗୋଟିଏ ସ୍ଥାନରେ ପ୍ରବଳ ବଷର୍ର୍ା ହୋଇଥାଏ। ପାହାଡ଼ ତଳି ଘରଗୁଡ଼ିକ ଧସି ଯାଇଥାଏ। ପାହାଡ଼ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଉଚ୍ଚତାରେ ବାଦଲ ଫାଟିଥାଏ। ଏହାର ଗତି ଏତେ ତୀବ୍ର ହୋଇଥାଏ ଯେ, ଜଳପ୍ରପାତ ସୃଷ୍ଟି ହୋଇଥାଏ। ପ୍ରବଳ ସ୍ରୋତ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥାଏ।

ସୂଚନାଯୋଗ୍ୟ, ମୁମ୍ବାଇରେ ୨୦୦୫ ଜୁଲାଇ ୨୬ରେ ବାଦଲ ଫାଟିବା ପରି ଘଟଣା ଘଟିଥିଲା। ହଠାତ୍‌ ପ୍ରବଳ ଗରମ ପବନ ବହିବା ସହ ବର୍ଷା ହୋଇଥିଲା। ୧୪ ଅଗଷ୍ଟ ୨୦୧୭ରେ ପିଥୋରାଗଡ଼ ଜିଲାରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୩ ଜୁନ୍‌ ୧୬-୧୭ରେ କେଦାରନାଥରେ ବାଦଲ ଫଟା ବର୍ଷା ହୋଇଥିଲା। ୧୦ରୁ ୧୫ ମିନିଟ୍‌ ଧରି ଏହି ବର୍ଷା ହୋଇଥିଲା। ସେତେବେଳେ ପ୍ରାୟ ୫୦୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା।

Share