ପଦକ୍ଷେପ ବଦଳରେ ଦୋଷୀକୁ ଦୟା

ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶରବାଗ ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ବେରେଜ ଲାଇନ୍‌ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ସ୍ବରେଜ ଲାଇନ୍‌ କାର୍ଯ୍ୟ ଓ୍ବାଟର କର୍ପୋରେଶନ ଅଫ୍‌ ଓଡିଶା(ଓ୍ବାଟକୋ) କରୁଥିବାବେଳେ ଲକ୍ଷ୍ମୀ କନଷ୍ଟ୍ରକ୍ସନ ଠିକା ନେଇଛି। ଅବହେଳା ଓ ଖାମଖିଆଲ ଯୋଗୁ ଏପରି ଦୁଃଖଦ ଘଟଣା ଘଟିଥିଲା। ଘଟଣା ପରେ ଓ୍ବାଟ୍‌କୋ ଏମ୍‌ଡି ପି.କେ. ସ୍ବାଇଁ ଅବହେଳାକୁ ସ୍ବୀକାର କରିବା ସହ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାକୁ ଦାୟୀ କରିଥିଲେ। ଏଥିସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ହେଲେ ୩ଦିନ ବିତିଯାଇଥିଲେ ମଧ୍ୟ ପଦକ୍ଷେପ ବଦଳରେ ଦୋଷୀଙ୍କୁ ଦୟା ସଦୃଶ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଓ୍ବାଟ୍‌କୋ କେବଳ କ୍ଷତିପୂରଣ ଦେଇ ଦାୟିତ୍ୱ ସାରିଥିବାବେଳେ ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଛି। କାହିଁକି ପୋଲିସ ଆପରାଧିକ ମାମଲା ରୁଜୁ କଲାନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଆଭିମୁଖ୍ୟ ଦୋଷୀଙ୍କୁ ଆଉଏକ ଭୁଲ୍‌ ପାଇଁ ସୁଯୋଗ ଦେବ ଓ ଅନେକ ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ତେବେ ଏ ସମ୍ପର୍କରେ ଓ୍ବାଟ୍‌କୋ ଏମ୍‌ଡି ସ୍ବାଇଁ କହିଛନ୍ତି, ଶ୍ରମିକଙ୍କ ମୃତ୍ୟୁ ଘଟଣାର ସମାଧାନ ହୋଇଛି। ଉଭୟ ଶ୍ରମିକଙ୍କୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଲେଖାଏ ଦିଆଯାଇଛି। ଏବେ ଘଟଣା ସମ୍ପର୍କରେ ସରକାର ବୁଝିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ୩ଜଣ ଶ୍ରମିକ ପାଇପ୍‌ ସଂଯୋଗ ପାଇଁ ସେଠାରେ ପହଞ୍ଚତ୍ଥିଲେ। ଜଣେ ପରେ ଆଉଜଣେ ଶ୍ରମିକ ଭିତରକୁ ଯାଇ ନ ବାହାରିବାରୁ ଉପରେ ଥିବା ଅନ୍ୟଜଣେ ଘଟଣାସ୍ଥଳରୁ ପଳାଇଥିଲେ। ସ୍ଥାନୀୟ ଲୋକେ ଜାଣିବାବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚତ୍ ୨ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଶ୍ରମିକ ହେଲେ ଝାଡ଼ଖଣ୍ଡର ସୁନାରାମ ସର୍ଦ୍ଦାର(୫୫) ଓ ମୟୂରଭଞ୍ଜର ସିଲୁ ବିରୁଆ(୨୫)। ତେବେ ଅମ୍ଳଜାନ ଓ ଆବଶ୍ୟକ ସୁରକ୍ଷା ଉପକରଣ ନ ଥିବାରୁ ଦୁଇଟି ଜୀବନ ଅକାରଣରେ ଝଡ଼ିପଡ଼ିଥିଲା। ଏସବୁ କାମବେଳେ ଠିକା ସଂସ୍ଥା ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାବେଳେ ଓ୍ବାଟ୍‌କୋର ଅଧିକାରୀମାନେ ଠିକ୍‌ ଭାବେ ତଦାରଖ ନ କରିବାରୁ ଏହି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri