Categories: ଜାତୀୟ

ସମାଜରେ ବ୍ୟାପୁଛି ଘୃଣା-ହିଂସା, ପ୍ରଧାନମନ୍ତ୍ରୀ ନୀରବ କାହିଁକି, ୧୩ ବିରୋଧୀ ଦଳଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ସମାଜରେ ଘୃଣା ଏବଂ ହିଂସା ଘଟଣା ବୃଦ୍ଧି ପାଉଛି। ଦେଶରେ ହିଜାବ୍‌ ,ମିଟ୍‌ ଏବଂ ମସଜିଦ୍‌ରେ ଅଜାନ୍‌ ନେଇ ଉତ୍ତେଜନା ବ୍ୟାପୁଛି। ଏନେଇ ଦେଶର ୧୩ଟି ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତିି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ବୋଲି ପ୍ରଶ୍ନ କରି ବିରୋଧ ଦଳଙ୍କ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି।

ଏସମ୍ପର୍କରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ମିଳିତ ବିବୃତି ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍‌ସିପି ପ୍ରମୁଖ ଶରଦ ପଓ୍ବାର ଏବଂ ତୃଣମୂଳ ପ୍ରମୁଖ ମମତା ବାନାର୍ଜୀ ଦସ୍ତଖତ କରିଛନ୍ତି। ଏହା ସହିତ ଏହି ମିଳିତ ବିବୃତିରେ ସମ୍ପ୍ରତି ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ଦୃଢ଼ ନିନ୍ଦା କରାଯାଇଛି। ଏହା ସହିତ ସମାଜକୁ ଧାର୍ମିକ ଦୃଷ୍ଟି ଧ୍ରୁବୀକରଣ କରୁଥିବା ଲୋକଙ୍କୁ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ନହେବାକୁ ଦେବାକୁ ଆହ୍ବାନ କରାଯାଇଛି।

ଦେଶର ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ପ୍ରଧାନମନ୍ତ୍ରୀ ନୀରବ ରହିବା ନେଇ ବିରୋଧି ଦଳଗୁଡ଼ିକ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି।

Share