ପର୍ଯ୍ୟଟକଙ୍କୁ ହାତିଆ ପାହାଡ଼ ମନା

ଖୋର୍ଦ୍ଧା ଅଫିସ,୨୯।୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ ପ୍ରାକୃତିକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଯୁବପିଢିଙ୍କ ଲାଗି ସେଲ୍ଫି ପଏଣ୍ଟ ପାଲଟିଥିଲା। ଏନେଇ ସେପ୍ଟେମ୍ବର ୧୮ରେ ‘ଧରିତ୍ରୀ’ରେ ହାତିଆ ପାହାଡ଼ରେ ପର୍ଯ୍ୟଟକ ଅସୁରକ୍ଷିତ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ହାତିଆ ପାହଡ଼କୁ ନ ଆସିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ପ୍ରଶାସନର କଟକଣା ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ ଏହାକୁ ଖଣ୍ଡନ କରିଛନ୍ତି। ପ୍ରଶାସନ ପକ୍ଷରୁ ସେପରି କୌଣସି କଟକଣା ଜାରି କରାଯାଇନାହିଁ। ଏହି ଭିଡିଓର ତର୍ଜମା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ହାତିଆ ପାହାଡ଼ରେ ସଦର ଥାନା ପକ୍ଷରୁ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ପାହାଡ ଉପରକୁ ନ ଯିବା ଲାଗି ପର୍ଯ୍ୟଟକଙ୍କୁ ବାରଣ କରିବା ସହ ଏହାର ପ୍ରବେଶ ପଥରୁ ପର୍ଯ୍ୟଟକଙ୍କୁ ଫେରାଇ ଦେଉଥିବା ଜଣାପଡିଛି। ସୋମବାର ଦୁଇ ପ୍ରବେଶ ପଥରେ ପୋଲିସର ବାରଣ ଯୋଗୁ ପର୍ଯ୍ୟଟକ ଫେରି ଯାଇଛନ୍ତି। ଓରବସିଂର ପ୍ରଦୀପ ସାହୁ କହିଛନ୍ତି, ହାତିଆ ପାହାଡର ପ୍ରାକୃତିକ ପରିବେଶ ସମ୍ପର୍କରେ ଜାଣିବା ପରେ ଏହାର ପରିବେଶକୁ ଉପଭୋଗ ଲାଗି ଏଠାକୁ ଆସିଥିଲୁ। ତେବେ ପୋଲିସ ଯିବାକୁ ବାରଣ କରିଥିଲା। ଏଠାରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା କହି ଫେରାଇ ଦେଇଥିଲେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ଏହାକୁ ହାତିଆ ପାହାଡ଼ରେ ତେବେ ଖଣି ମାଫିଆଙ୍କ ପଥର ବ୍ଲାଷ୍ଟିଂ ଯୋଗୁ ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri