Categories: ଜାତୀୟ

ହାଥରସ୍‌ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍‌ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ସେ କହିଛନ୍ତି। ଏହା ଅନରକିଲିଂ ମାମଲା। ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମେଡିକାଲ ରିପୋର୍ଟରେ ବଳାତ୍କାର କରାଯାଇଥିବା ସମ୍ପର୍କରେ କୌଣସି ସୂଚନା ନ ଥିବା ସେ କହିଛନ୍ତି। ଅଖିଳ ଭାରତୀୟ କ୍ଷେତ୍ରୀୟ ସମାଜ ପକ୍ଷରୁ ଅଭିଯୁକ୍ତଙ୍କ ପାଇଁ ଲଢ଼ିବା ଲାଗି ଏ.ପି.ସିଂଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପୀଡ଼ିତାଙ୍କ ପକ୍ଷରୁ ଏହି ମାମଲା ଲଢ଼ିବା ଲାଗି ଆଇନଜୀବୀ ସୀମା ସମୃଦ୍ଧି କୁଶଓ୍ବାହା ସୂଚନା ଦେଇଛନ୍ତି।

Share