Categories: ଜାତୀୟ

ଚାଲି ଚାଲି ହାଥରସ ଯିବାକୁ ଉଦ୍ୟମ କରୁଛନ୍ତି ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହକୁ ଜବରଦସ୍ତ ସଂସ୍କାର କରାଯାଇଥିବା କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି କ୍ରମରେ ଉତ୍ତର ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି ବିରୋଧି । ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଛନ୍ତି । ହେଲେ ଯମୁନା ଏକ୍ସପ୍ରେସ୍ ୱେରେ ଉଭୟ ନେତାଙ୍କୁ ପ୍ରଶାସନ ପକ୍ଷରୁ ଅଟକାଇ ଦିଆଯାଇଛି । କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିବା ଦୁଇ ନେତା ଚାଲି ଚାଲି ହାଇରସ ଯିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ବହୁ କଂଗ୍ରେସ କର୍ମୀଙ୍କ ସହ ଏମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଉଦ୍ୟମ କରିଛନ୍ତି ।

Share