Categories: ଜାତୀୟ

ହାଥରସ ଗଣ ବଳାତ୍କାର ମାମଲା: ପୀଡ଼ିତା ପରିବାରଙ୍କୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହକୁ ଜବରଦସ୍ତ ସଂସ୍କାର କରାଯାଇଥିବା କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି କ୍ରମରେ ଉତ୍ତର ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି ବିରୋଧି । ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି । ଏମାନେ ସକାଳ ପ୍ରାୟ ୧୧ଟାରେ ହାଥରସ ଯାତ୍ରା କରିବାକୁ ଥିବା ବେଳେ ନଏଡ଼ା ସୀମାରେ ଏମାନଙ୍କୁ ଅଟକାଇବାକୁ ବହୁ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଗାଁ ଭିତରକୁ ଯିବାକୁ ବାରଣ କରାଯାଇଛି ।

Share