‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିର୍ମାଣ କରାଯାଇଥିଲା ‘ହାତୀ-ଗିରିଦା’। ଏହି ଐତିହ୍ୟସମ୍ପନ୍ନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଛି। ପ୍ରାୟ ୧୬୦ ବର୍ଷ ପୁରାତନ ଏହି ସ୍ଥାନରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟିକଲେ ଏହାର ଗୁରୁତ୍ୱ ବଢ଼ିବ ବୋଲି ସାମାଜିକ କର୍ମୀ ରାଜୀବ ଲୋଚନ ସିଂଦେଓ କହିଛନ୍ତି।


ଜିଲା କାମାକ୍ଷାନଗର ବ୍ଲକଠାରୁ ୫ କିଲୋମିଟର ଦୂରରେ ରହିଛି ଗୁଣ୍ଡିଚାନାଳୀ ଗ୍ରାମ। ଗ୍ରାମଠାରୁ ୪ କିଲୋମିଟର ଦୂରରେ ରହିଛି ହାତୀ-ଗିରିଦା। ଅନନ୍ତପୁର ସଂରକ୍ଷିତ ଜଙ୍ଗଲର ୩ଟି ପାହାଡ଼ର ମିଶ୍ରଣ ସ୍ଥଳରେ ଜଙ୍ଗଲୀ ହାତୀଙ୍କୁ ଧରି ପୋଷା ମନାଇବା ପାଇଁ ହାତୀ-ଗିରିଦା ନିର୍ମାଣ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲାର ଗଡ଼ଜାତ ସମୟରେ ଏହା ଥିଲା ଏକମାତ୍ର ହାତୀଧରା କେନ୍ଦ୍ର। ପ୍ରାକୃତିକ ଶୋଭାରାଜିରେ ଭରା ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିବାକୁ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ପ୍ରଶାସନ ଓ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ଇତିହାସ ଏବଂ ପରମ୍ପରାକୁ ନେଇ ହାତୀ-ଗିରିଦା ସମୃଦ୍ଧ। ଗୁଣ୍ଡିଚାନାଳୀଠାରୁ ଗ୍ରାମ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ୨ କିମି ଗଲେ ପଡ଼େ ମା’ କଳା ମହାପାଟଙ୍କ ମଠ। ୩୨ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ମଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମଠ ନିକଟରେ ରହିଛି ମା’ଙ୍କ ଆସ୍ଥାନ। ଏହା ପରିସରରେ ବହୁ ମୂଲ୍ୟବାନ ବୃକ୍ଷରାଜି ରହିଛି। ରାସ୍ତାରେ ପ୍ରତିବନ୍ଧକ ସାଜୁଥିବା ରାମିଆଳ ନଦୀ ପାର ହେବାକୁ ଏକ ଅସ୍ଥାୟୀ କାଠପୋଲ ମଧ୍ୟ ରହିଛି। ହାତୀ-ଗିରିଦାକୁ ସବୁଦିନିଆ ସଡ଼କ କରାଯିବା ସହ ପରିବେଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିବ। ୧୫୦ବର୍ଷ ତଳେ କିପରି ହାତୀ ଧରାଯାଉଥିଲା, ସେ ସମ୍ପର୍କରେ ପର୍ଯ୍ୟଟକମାନେ ଏଠାରୁ ସୂଚନା ପାଇପାରିବେ। ପ୍ରଶାସନ ଏବଂ ବନ ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲା ସକ୍ରିୟ ନାଗରିକ ପରିଷଦ ସଭାପତି ପ୍ରଦ୍ୟୁମ୍ନ ରଥ, ଆବାହକ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଦିଲ୍ଲୀରେ ଭୀଷଣ ହେଉଛି ବାୟୂ ପ୍ରଦୂଷଣ, ଏୟାର୍ ପ୍ୟୁରିଫାୟର୍‌ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,,୨୬।୧୨: ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri