‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିର୍ମାଣ କରାଯାଇଥିଲା ‘ହାତୀ-ଗିରିଦା’। ଏହି ଐତିହ୍ୟସମ୍ପନ୍ନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଛି। ପ୍ରାୟ ୧୬୦ ବର୍ଷ ପୁରାତନ ଏହି ସ୍ଥାନରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟିକଲେ ଏହାର ଗୁରୁତ୍ୱ ବଢ଼ିବ ବୋଲି ସାମାଜିକ କର୍ମୀ ରାଜୀବ ଲୋଚନ ସିଂଦେଓ କହିଛନ୍ତି।


ଜିଲା କାମାକ୍ଷାନଗର ବ୍ଲକଠାରୁ ୫ କିଲୋମିଟର ଦୂରରେ ରହିଛି ଗୁଣ୍ଡିଚାନାଳୀ ଗ୍ରାମ। ଗ୍ରାମଠାରୁ ୪ କିଲୋମିଟର ଦୂରରେ ରହିଛି ହାତୀ-ଗିରିଦା। ଅନନ୍ତପୁର ସଂରକ୍ଷିତ ଜଙ୍ଗଲର ୩ଟି ପାହାଡ଼ର ମିଶ୍ରଣ ସ୍ଥଳରେ ଜଙ୍ଗଲୀ ହାତୀଙ୍କୁ ଧରି ପୋଷା ମନାଇବା ପାଇଁ ହାତୀ-ଗିରିଦା ନିର୍ମାଣ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲାର ଗଡ଼ଜାତ ସମୟରେ ଏହା ଥିଲା ଏକମାତ୍ର ହାତୀଧରା କେନ୍ଦ୍ର। ପ୍ରାକୃତିକ ଶୋଭାରାଜିରେ ଭରା ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିବାକୁ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ପ୍ରଶାସନ ଓ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ଇତିହାସ ଏବଂ ପରମ୍ପରାକୁ ନେଇ ହାତୀ-ଗିରିଦା ସମୃଦ୍ଧ। ଗୁଣ୍ଡିଚାନାଳୀଠାରୁ ଗ୍ରାମ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ୨ କିମି ଗଲେ ପଡ଼େ ମା’ କଳା ମହାପାଟଙ୍କ ମଠ। ୩୨ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ମଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମଠ ନିକଟରେ ରହିଛି ମା’ଙ୍କ ଆସ୍ଥାନ। ଏହା ପରିସରରେ ବହୁ ମୂଲ୍ୟବାନ ବୃକ୍ଷରାଜି ରହିଛି। ରାସ୍ତାରେ ପ୍ରତିବନ୍ଧକ ସାଜୁଥିବା ରାମିଆଳ ନଦୀ ପାର ହେବାକୁ ଏକ ଅସ୍ଥାୟୀ କାଠପୋଲ ମଧ୍ୟ ରହିଛି। ହାତୀ-ଗିରିଦାକୁ ସବୁଦିନିଆ ସଡ଼କ କରାଯିବା ସହ ପରିବେଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିବ। ୧୫୦ବର୍ଷ ତଳେ କିପରି ହାତୀ ଧରାଯାଉଥିଲା, ସେ ସମ୍ପର୍କରେ ପର୍ଯ୍ୟଟକମାନେ ଏଠାରୁ ସୂଚନା ପାଇପାରିବେ। ପ୍ରଶାସନ ଏବଂ ବନ ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲା ସକ୍ରିୟ ନାଗରିକ ପରିଷଦ ସଭାପତି ପ୍ରଦ୍ୟୁମ୍ନ ରଥ, ଆବାହକ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri