Categories: ଜାତୀୟ

ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…

ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ସମେତ ୧୯୭ ଜଣ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଚିଠି ଲେଖିଛନ୍ତି। ସେମାନଙ୍କ ସ୍ବାକ୍ଷର ସହିତ ଏହି ଚିଠି ଲେଖାଯାଇଛି।

ଦେଶରେ ଘୃଣାର ରାଜନୀତିକୁ ସମାପ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଆତ୍ମ-ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି) ଦ୍ୱାରା ଲେଖାଯାଇଥିବା ଚିଠିର ଉତ୍ତରରେ ଅବସରପ୍ରାପ୍ତ ଅଧିକାରୀମାନଙ୍କ ପକ୍ଷରୁ ଏଭଳି ଚିଠି ଲେଖାଯାଇଛି।

ସେମାନେ ଚିଠିରେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ନେଇ ସିସିଜିର ହତାଶ ହୋଇ ଏଭଳି ଲେଖିଛି। ଏହା ମୋଦି ସରକାରଙ୍କ ବିରୋଧରେ ଏକ ରାଜନୈତିକ ଅଭିଯାନ, ଯାହା ଶାସକ ଶାସନ ବିରୁଦ୍ଧରେ ଜନମତ ସୃଷ୍ଟି କରିପାରିବା ଲାଗି କରାଯାଇଛି। ଚିଠିରେ ମଧ୍ୟ କୁହାଯାଇଛିି ଯେ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଘଟିଥିବା ହିଂସା ନେଇ ସିସିଜି କାହିଁକି ନୀରବ ରହିଥିଲା।

ସିସିଜିି ଚିଠିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଥିବା ପରି ମନେ ହେଉନାହିଁ ବୋଲି ଅଧିକାରେ ମାନେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ସିସିଜି ନିଜ ଚିଠିରେ କେନ୍ଦ୍ର ସରକାର ଏବଂ ଅନ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲା।

Share