ଭାରତରେ ବଢ଼ୁଛି ଘୃଣା ମନ୍ତବ୍ୟ

ନ୍ୟୁୟର୍କ,୨୫।୧୦: ଭାରତ ହେଉଛି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର। ତେବେ ଦେଶରେ ବିଭ୍ରାନ୍ତିକର ତଥ୍ୟ, ଘୃଣା ମନ୍ତବ୍ୟ ଓ ମୁସଲମାନ ବିରୋଧୀ କଣ୍ଟେଣ୍ଟଗୁଡ଼ିକର ବନ୍ୟା ଛୁଟିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଫେସ୍‌ବୁକ୍‌କୁ କଡ଼ା ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି ବୋଲି ଶନିବାର ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ଗଣମାଧ୍ୟମ ଗବେଷକମାନେ କହିଛନ୍ତି ଯେ, ବିଭ୍ରାନ୍ତି ସୃଷ୍ଟିକାରୀ, ଉତ୍ତେଜକ ଓ ମୁସଲିମ ବିରୋଧୀ କଣ୍ଟେଣ୍ଟରେ ଭରି ରହିଥିବା ଗ୍ରୁପ୍‌ ଏବଂ ପେଜ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଗବେଷକମାନେ ୨୦୧୯ ଫେବୃୟାରୀରେ କେତେକ ନୂଆ ୟୁଜର୍ସ କଣ୍ଟେଣ୍ଟ ତିଆରି କରିଥିଲେ, ଯାହା ସାହାଯ୍ୟରେ ସେମାନେ କେରଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ସୋସିଆଲ ମିଡିଆ ଓ୍ବେବ୍‌ସାଇଟ୍‌ କିପରି ଦେଖାଯାଉଛି ତାହା ଜାଣିପାରିବେ। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହାର ୩ ସପ୍ତାହ ପର୍ଯ୍ୟନ୍ତ ଉକ୍ତ ଆକାଉଣ୍ଟଗୁଡ଼ିକୁ ସାଧାରଣ ନିୟମ ଅନୁସାରେ ପରିଚାଳିତ କରାଯାଇଥିଲା। ଗ୍ରୁପ୍‌ଗୁଡ଼ିକ ସହ ଯୋଡ଼ିହେବା, ଭିଡିଓ ଓ ସାଇଟ୍‌ର ନୂଆ ପେଜ୍‌କୁ ଦେଖିବା ପାଇଁ ଫେସ୍‌ବୁକ୍‌ର ଆଲଗୋରିଥିମ୍‌ (ଆକଳନ ବିଧି) ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମର ଅନୁପାଳନ କରାଯାଇଥିଲା। ଏହାର ପରିଣାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ୟୁଜର୍ସଙ୍କ ଆଗରେ ଘୃଣାପୂର୍ଣ୍ଣ ଭାଷଣ, ବିଭ୍ରାନ୍ତିକର ତଥ୍ୟ ଓ ହିଂସାକୁ ନେଇ ଉତ୍ସବ ପାଳନର ବନ୍ୟା ଦେଖାଯାଇଥିଲା। ଫେସ୍‌ବୁକ୍‌ ନିଜର ଆଭ୍ୟନ୍ତରୀଣ ରିପୋର୍ଟରେ ଏହାର ଡକ୍ୟୁମେଣ୍ଟେଶନ କରିଛି। ଉକ୍ତ ସଙ୍କଳନ ସେହି ମାସର ଶେଷ ଆଡ଼କୁ ପ୍ରକାଶ କରିଥିବା ନ୍ୟୁୟର୍କ ଟାଇମ୍ସରେ କୁହାଯାଇଛି।
ଟାଇମ୍ସ ଏବଂ ଆସୋସିଏଟେଡ୍‌ ପ୍ରେସ୍‌ ସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହାତରେ ଲାଗିଥିବା ଏହି ରିପୋର୍ଟ ମୁତାବକ କମ୍ପାନୀ ନିଜର ସବୁଠୁ ବଡ଼ ବଜାରରେ ୟୁଜର୍ସଙ୍କ ବ୍ୟବହାରକୁ ନେଇ ସଂଘର୍ଷ କରୁଥିବା ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ସ୍ବୀକୃତିପ୍ରାପ୍ତ ୨୨ ଭାଷା ମଧ୍ୟରୁ କେବଳ ୫ଟି ଭାଷାରେ ହିଁ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆଧାରରେ କଣ୍ଟେଣ୍ଟଗୁଡ଼ିକର ବିଶ୍ଳେଷଣ କରିବା ସୁବିଧା ଉପଲବ୍ଧ ରହିଛି। ତେବେ ସେଥିରେ ହିନ୍ଦୀ ଓ ବଙ୍ଗଳା ଭାଷାକୁ ଅଦ୍ୟାବଧି ସାମିଲ କରାଯାଇ ନାହିଁ। ଏଥିଯୋଗୁ ଉଭୟ ଶାସକ ଓ ବିରୋଧୀ ନେତାମାନେ ସାଧାରଣ ନିର୍ବାଚନ ବେଳେ ଏହାର ଦୁରୁପଯୋଗ କରିବାରେ ସଫଳ ହୋଇଥିଲେ। ସେହିପରି ଦକ୍ଷିଣପନ୍ଥୀ ସଙ୍ଗଠନ ବଜରଙ୍ଗ ଦଳ ମୁସଲମାନ ବିରୋଧୀ ଅଭିଯାନ ପାଇଁ ଏହି ସୋସିଆଲ ମିଡିଆ ସାଇଟ୍‌କୁ ବ୍ୟବହାର କରିଛି। ଧର୍ମୀୟ ହିଂସା ବା ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଉଥିବା ଏଭଳି ସଙ୍ଗଠନଗୁଡ଼ିକୁ ଫେସ୍‌ବୁକ୍‌ ‘ବିପଜ୍ଜନକ’ ଆଖ୍ୟା ଦେବା ପାଇଁ ବିଚାର କରୁଥିବା ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱରେ ଫେସ୍‌ବୁକ୍‌ରେ ପ୍ରସାରିତ ଘୃଣା ମନ୍ତବ୍ୟକୁ ଚଳିତ ବର୍ଷ ୫୦% ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ଏହାର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri