ଭାରତରେ ବଢ଼ୁଛି ଘୃଣା ମନ୍ତବ୍ୟ

ନ୍ୟୁୟର୍କ,୨୫।୧୦: ଭାରତ ହେଉଛି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର। ତେବେ ଦେଶରେ ବିଭ୍ରାନ୍ତିକର ତଥ୍ୟ, ଘୃଣା ମନ୍ତବ୍ୟ ଓ ମୁସଲମାନ ବିରୋଧୀ କଣ୍ଟେଣ୍ଟଗୁଡ଼ିକର ବନ୍ୟା ଛୁଟିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଫେସ୍‌ବୁକ୍‌କୁ କଡ଼ା ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି ବୋଲି ଶନିବାର ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ଗଣମାଧ୍ୟମ ଗବେଷକମାନେ କହିଛନ୍ତି ଯେ, ବିଭ୍ରାନ୍ତି ସୃଷ୍ଟିକାରୀ, ଉତ୍ତେଜକ ଓ ମୁସଲିମ ବିରୋଧୀ କଣ୍ଟେଣ୍ଟରେ ଭରି ରହିଥିବା ଗ୍ରୁପ୍‌ ଏବଂ ପେଜ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଗବେଷକମାନେ ୨୦୧୯ ଫେବୃୟାରୀରେ କେତେକ ନୂଆ ୟୁଜର୍ସ କଣ୍ଟେଣ୍ଟ ତିଆରି କରିଥିଲେ, ଯାହା ସାହାଯ୍ୟରେ ସେମାନେ କେରଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ସୋସିଆଲ ମିଡିଆ ଓ୍ବେବ୍‌ସାଇଟ୍‌ କିପରି ଦେଖାଯାଉଛି ତାହା ଜାଣିପାରିବେ। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହାର ୩ ସପ୍ତାହ ପର୍ଯ୍ୟନ୍ତ ଉକ୍ତ ଆକାଉଣ୍ଟଗୁଡ଼ିକୁ ସାଧାରଣ ନିୟମ ଅନୁସାରେ ପରିଚାଳିତ କରାଯାଇଥିଲା। ଗ୍ରୁପ୍‌ଗୁଡ଼ିକ ସହ ଯୋଡ଼ିହେବା, ଭିଡିଓ ଓ ସାଇଟ୍‌ର ନୂଆ ପେଜ୍‌କୁ ଦେଖିବା ପାଇଁ ଫେସ୍‌ବୁକ୍‌ର ଆଲଗୋରିଥିମ୍‌ (ଆକଳନ ବିଧି) ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମର ଅନୁପାଳନ କରାଯାଇଥିଲା। ଏହାର ପରିଣାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ୟୁଜର୍ସଙ୍କ ଆଗରେ ଘୃଣାପୂର୍ଣ୍ଣ ଭାଷଣ, ବିଭ୍ରାନ୍ତିକର ତଥ୍ୟ ଓ ହିଂସାକୁ ନେଇ ଉତ୍ସବ ପାଳନର ବନ୍ୟା ଦେଖାଯାଇଥିଲା। ଫେସ୍‌ବୁକ୍‌ ନିଜର ଆଭ୍ୟନ୍ତରୀଣ ରିପୋର୍ଟରେ ଏହାର ଡକ୍ୟୁମେଣ୍ଟେଶନ କରିଛି। ଉକ୍ତ ସଙ୍କଳନ ସେହି ମାସର ଶେଷ ଆଡ଼କୁ ପ୍ରକାଶ କରିଥିବା ନ୍ୟୁୟର୍କ ଟାଇମ୍ସରେ କୁହାଯାଇଛି।
ଟାଇମ୍ସ ଏବଂ ଆସୋସିଏଟେଡ୍‌ ପ୍ରେସ୍‌ ସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହାତରେ ଲାଗିଥିବା ଏହି ରିପୋର୍ଟ ମୁତାବକ କମ୍ପାନୀ ନିଜର ସବୁଠୁ ବଡ଼ ବଜାରରେ ୟୁଜର୍ସଙ୍କ ବ୍ୟବହାରକୁ ନେଇ ସଂଘର୍ଷ କରୁଥିବା ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ସ୍ବୀକୃତିପ୍ରାପ୍ତ ୨୨ ଭାଷା ମଧ୍ୟରୁ କେବଳ ୫ଟି ଭାଷାରେ ହିଁ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆଧାରରେ କଣ୍ଟେଣ୍ଟଗୁଡ଼ିକର ବିଶ୍ଳେଷଣ କରିବା ସୁବିଧା ଉପଲବ୍ଧ ରହିଛି। ତେବେ ସେଥିରେ ହିନ୍ଦୀ ଓ ବଙ୍ଗଳା ଭାଷାକୁ ଅଦ୍ୟାବଧି ସାମିଲ କରାଯାଇ ନାହିଁ। ଏଥିଯୋଗୁ ଉଭୟ ଶାସକ ଓ ବିରୋଧୀ ନେତାମାନେ ସାଧାରଣ ନିର୍ବାଚନ ବେଳେ ଏହାର ଦୁରୁପଯୋଗ କରିବାରେ ସଫଳ ହୋଇଥିଲେ। ସେହିପରି ଦକ୍ଷିଣପନ୍ଥୀ ସଙ୍ଗଠନ ବଜରଙ୍ଗ ଦଳ ମୁସଲମାନ ବିରୋଧୀ ଅଭିଯାନ ପାଇଁ ଏହି ସୋସିଆଲ ମିଡିଆ ସାଇଟ୍‌କୁ ବ୍ୟବହାର କରିଛି। ଧର୍ମୀୟ ହିଂସା ବା ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଉଥିବା ଏଭଳି ସଙ୍ଗଠନଗୁଡ଼ିକୁ ଫେସ୍‌ବୁକ୍‌ ‘ବିପଜ୍ଜନକ’ ଆଖ୍ୟା ଦେବା ପାଇଁ ବିଚାର କରୁଥିବା ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱରେ ଫେସ୍‌ବୁକ୍‌ରେ ପ୍ରସାରିତ ଘୃଣା ମନ୍ତବ୍ୟକୁ ଚଳିତ ବର୍ଷ ୫୦% ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ଏହାର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri