Posted inଜାତୀୟ

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରନତ୍ା କହିଛନ୍ତି।
ବଢ଼ିଚାଲିଥିବା ଘୃଣା ମନ୍ତବ୍ୟ ଉପରେ ଲଗାମ ଲଗାଇବା ଏବଂ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ସେଗୁଡ଼ିକର ଶୁଣାଣିକରି କହିଛନ୍ତି, ଆଜିକାଲି ସବୁକିଛି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ବଢ଼ାଇବା ପାଇଁ ଚାଲିଛି। ଚ୍ୟାନେଲଗୁଡ଼ିକ ପରସ୍ପର ସହ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି। ଜଣେ ଖବର ଉପସ୍ଥାପକ ଉଦ୍ଦେଶ୍ୟମୂଳକ ଭାବେ ଘୃଣା ମନ୍ତବ୍ୟ ବିସ୍ତାର କରୁଥିଲେ ତାଙ୍କ କାର୍ଯ୍ୟକ୍ରମକୁ କାହିଁକି ତତ୍କାଳ ବନ୍ଦ କରାଯିବ ନାହିଁ। ପ୍ରିଣ୍ଟ ମିଡିଆ ବା ଛାପା ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେସ୍‌ କାଉନ୍ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) ରହିଛି। କିନ୍ତୁ ନ୍ୟୁଜ୍‌ ଚ୍ୟାନେଲ ପାଇଁ ଏପରି ନିୟନ୍ତ୍ରକ ସଂସ୍ଥା କାହିଁକି ନାହିଁ। ଆମେ ଅଭିବ୍ୟକ୍ତି ସ୍ବାଧୀନତା ଚାହୁଁ କିନ୍ତୁ ବହୁମୂଲ୍ୟ ଦେଇ ନୁହେଁ। ଦେଶରେ ଘୃଣା ମନ୍ତବ୍ୟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ପାଲଟିଛି, ଯାହାକି ବନ୍ଦ ହେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।
ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ଶଙ୍କର ମିଶ୍ରା ପରିସ୍ରା କରିବା ଘଟଣାରେ ମିଡିଆ ଟ୍ରାଏଲ୍‌କୁ ନେଇ ଖଣ୍ଡପୀଠ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣକଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି। ତାଙ୍କୁ କଳଙ୍କିତ କରିବା ଅନୁଚିତ। କାରଣ ସମସ୍ତଙ୍କ ଆମତ୍ସମ୍ମାନ ରହିଛି। ଏକଥା ମିଡିଆରେ କାର୍ଯ୍ୟରତ ଲୋକେ ବୁଝିବା ଦରକାର। ଅନେକ ସମୟରେ ବିତର୍କର ସିଧାପ୍ରସାରଣ ଚାଲିଥିବାବେଳେ ଆଙ୍କର ପ୍ୟାନେଲରେ ବସିଥିବା ବକ୍ତାଙ୍କ ବିରୋଧୀ ମତକୁ ଅନୁମତି ଦେଇ ନ ଥାଆନ୍ତି ଅଥବା ତାଙ୍କ ସ୍ବରକୁ ମ୍ୟୁଟ୍‌ କରିଦିଅନ୍ତି। ଟିଭି ଚ୍ୟାନେଲଗୁଡ଼ିକରେ କାର୍ଯ୍ୟକ୍ରମର ସଂହିତା ଉଲ୍ଲଂଘନ ଅଭିଯୋଗ ଆସିଲେ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଲ’ କମିଶନଙ୍କୁ ମିଳିବନି ବୈଧାନିକ ସଂସ୍ଥା ମାନ୍ୟତା

ଭାରତର ଲ’ କମିଶନଙ୍କୁ ଏକ ସାମ୍ବିଧାନିକ ସଂସ୍ଥା ଭାବେ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିଲା। ସମ୍ବିଧାନର ତତ୍ତ୍ୱାବଧାରକ ଏବଂ ମୌଳିକ ଅଧିକାରଗୁଡ଼ିକର ସୁରକ୍ଷାଦାତା ଭାବେ ସୁପ୍ରିମକୋର୍ଟ ୨୨ତମ ଲ’ କମିଶନ ପାଇଁ ଚେୟାରପର୍ସନ ତଥା ସଦସ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆଇନଜୀବୀ ଏଥିରେ ଉଲ୍ଲେଖ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଆଇନ ମନ୍ତ୍ରଣାଳୟ ପକ୍ଷରୁ ୨୨ତମ ଲ’ କମିଶନ ଗଠନ ହୋଇସାରିଛି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଏହା ବ୍ୟବସ୍ଥାପିକା ଅଧୀନରେ ଆସୁଛି। ଆମେ ଏହା ଉପରେ କିଛି କରିପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri