ହାଟ ଖୋଜୁଛି ବାଟ

କାମାକ୍ଷାନଗର, ୨୫।୧୨: ହାଟ କେବଳ ବ୍ୟବସାୟିକ କେନ୍ଦ୍ରସ୍ଥଳ ନୁହେଁ, ଅଧିକନ୍ତୁ ଏହା ସାମାଜିକ, ସାଂସ୍କୃତିକ ଭାବଧାରାର ପ୍ରତୀକ। ଦ୍ରୁତ ସହରୀକରଣ, ମଲ୍‌ କଲ୍‌ଚର, ଅନ୍‌ଲାଇନ୍‌ ମାର୍କେଟିଂ ସତ୍ତ୍ୱେ ହାଟ ନିଜର ଅସ୍ତିତ୍ୱ ବଜାୟ ରଖିଛି। ତେବେ ଶତାଧିକ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ଯୋଡୁଥିବାରୁ ଏହି ବ୍ୟବସାୟିକ କେନ୍ଦ୍ରସ୍ଥଳ ପ୍ରଶାସନିକ ଅବହେଳା ଯୋଗୁ ବିକାଶର ବାଟ ପାଉନି। କାମାକ୍ଷାନଗର ସୋମବାର ସାପ୍ତାହିକ ହାଟ ଏହାର ସଦ୍ୟତମ ଉଦାହରଣ।
ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଉପକଣ୍ଠରେ କେଉଁ ଆବହମାନ କାଳରୁ ବସୁଛି ସାପ୍ତାହିକ ହାଟ। ନିର୍ଦ୍ଦିଷ୍ଟ ଇତିହାସ ନ ଥିଲେ ବି ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହା ନିଜର ଅସ୍ତିତ୍ୱ ଜାହିର କରିଥିଲା। କାମାକ୍ଷାନଗରର ପୁରାତନ ନାମ ‘ମଢ଼ି’ ଅନୁଯାୟୀ ଏହାକୁ କେହି କେହି ମଢ଼ି ହାଟ ବୋଲି ମଧ୍ୟ କହିଥାନ୍ତି। ଦୀର୍ଘ ୬୦ ବର୍ଷ ହେଲା ଢେଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର ଏବଂ କଟକ ଜିଲାର ବ୍ୟବସାୟୀଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ଏହି ସ୍ଥାନ। ପୂର୍ବରୁ ଏଠାରେ କେବଳ ତଟକା ପରିବା ମିଳୁଥିଲା। କିନ୍ତୁ ପରିବର୍ତ୍ତିତ ସମୟ ସହିତ ତାଳଦେଇ ଏବେ ହାଟରେ ଘରକରଣା ସାମଗ୍ରୀ, ଶୁଖୁଆଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଛି। ବିଶେଷ କରି ଆଞ୍ଚଳିକସ୍ତରରେ ଉତ୍ପାଦିତ ଫଳ, ପରିବା, ଶସ୍ୟ ଅପେକ୍ଷାକୃତ ସୁଲଭଦରରେ ମିଳୁଥିବାରୁ କାମାକ୍ଷାନଗର ସହର ଉପଖଣ୍ଡବାସୀଙ୍କ ନିର୍ଭରଯୋଗ୍ୟ ବ୍ୟବସାୟିକ କେନ୍ଦ୍ର ପାଲଟିଛି ଏହି ହାଟ। ପୂର୍ବରୁ ସାପ୍ତାହିକ ହାଟ ପରିଚାଳନା ଦାୟିତ୍ୱ ବ୍ଲକ କର୍ତ୍ତୃପକ୍ଷ କରୁଥିବାବେଳେ ୧୫ ବର୍ଷ ହେଲା ଏହା ରହିଛି କାମାକ୍ଷାନଗର ଏନ୍‌ଏସି ଅଧୀନରେ। ଚଳିତବର୍ଷ ୪ ଲକ୍ଷ ୨୩ ହଜାର ୭୭୫ ଟଙ୍କାରେ ହାଟ ନିଲାମ କରାଯାଇଛି। ନିଲାମଧାରୀ ବ୍ୟବସାୟୀଙ୍କଠାରୁ ମାହାସୁଲ ଆଦାୟ କରୁଛନ୍ତି। ହାଟ ପାଇଁ ଏନ୍‌ଏସିକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ମିଳୁଥିଲେ ମଧ୍ୟ ବ୍ୟବସାୟୀଙ୍କ ପାଇଁ କୌଣସି ସୁବିଧା କରାଯାଉନାହିଁ। କିଛି ବର୍ଷ ମଧ୍ୟରେ ହାଟର ବ୍ୟବସାୟୀଙ୍କ ସଂଖ୍ୟା ୩୦୦ ଟପିଛି। ସେମାନଙ୍କ ବସିବା ଲାଗି ପିଣ୍ଡି ବ୍ୟବସ୍ଥା ନାହିଁ। ଜବରଦଖଲରେ ଅନେକ ଅଞ୍ଚଳ ରହିଥିବାରୁ ପରିସର ସଙ୍କୁଚିତ ହୋଇଯାଇଛି। ସ୍ଥାନାଭାବରୁ ବ୍ୟବସାୟୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ବସୁଛନ୍ତି। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ହାଟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବିଚାର ବିଭାଗୀୟ ଅଦାଲତ, ବ୍ଲକ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ହାଟରେ ପ୍ରଶାସନ ପକ୍ଷରୁ ସୁବିଧା କରାଯାଇ ନ ଥିବାରୁ କିଏ ପାଲ ଟାଣି ତ ଆଉ କି ଛଣ ଛପର କରି ବ୍ୟବସାୟ ଚଳାଉଛନ୍ତି। ଅପରପକ୍ଷେ କେତେଜଣ ବ୍ୟକ୍ତି ହାଟ ବସୁଥିବା ସ୍ଥାନକୁ ବ୍ୟକ୍ତିଗତ କହି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି, ଯାହା ବିକାଶରେ କଣ୍ଟା ସାଜିଛି। ହଜାର ହଜାର ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ସାପ୍ତାହିକ ହାଟର ଉନ୍ନତି କରାଯାଉ ନ ଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ତୁରନ୍ତ ସମାଧାନ କରିବା କିମ୍ବା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।
ଅନ୍ୟତ୍ର ସ୍ଥାନାନ୍ତର ହେବ
ପୂର୍ବାପେକ୍ଷା ହାଟକୁ ଅଧିକ ବ୍ୟବସାୟୀ ଆସୁଥିବାରୁ ସ୍ଥାନାଭାବ ସମସ୍ୟା ସୃଷ୍ଟି ହୋଇଛି। ବେପାରୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ବସୁଛନ୍ତି। ବ୍ୟକ୍ତିଗତ ଜାଗାରେ ହାଟ କରାଯାଉଥିବା ଅଭିଯୋଗ ଆଣି କେତେଜଣ ଲୋକ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏହାର ବିକାଶ ହୋଇପାରୁନାହିଁ। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଉଦ୍ୟମ ଚାଲିଛି।
-ଇଂ. ବିରଜା ପ୍ରସାଦ ରଥ, ଏନ୍‌ଏସି ନିର୍ବାହୀ ଅଧିକାରୀ
ଆଗଭଳି ବ୍ୟବସାୟ ହେଉନାହିଁ
୧୦ବର୍ଷ ହେଲା ହାଟକୁ ବ୍ୟବସାୟ କରିବାକୁ ଆସୁଛି। ଏଠାକାର ଗ୍ରାହକ ସ୍ବତନ୍ତ୍ର। ସହରରେ ବଡ଼ ବଡ଼ ଦୋକାନ ଖୋଲିବା ପରେ ଯଦିଓ ଆଗଭଳି ବ୍ୟବସାୟ ହେଉନାହିଁ, ତଥାପି କାମାକ୍ଷାନଗର ସାପ୍ତାହିକ ହାଟର ଆକର୍ଷଣ ନିଆରା। ଗୋଟିଏ ସ୍ଥାନରେ ତଟକା ପରିବା, ଶୁଖୁଆ ସମେତ ଘରକରଣା ସାମଗ୍ରୀ ମିଳୁଥିବାରୁ ଏହା ଗ୍ରାହକଙ୍କ ପସନ୍ଦ ପାଲଟିଛି।
-ଅଦ୍ୱୈତ ଦାସ, ବ୍ୟବସାୟୀ
ବିକାଶ ପ୍ରତି ନଜର ନାହିଁ
ବାପାଙ୍କ ସହ ୧୬ବର୍ଷ ବୟସରୁ ଆସି ହାଟରେ ବ୍ୟବସାୟ ଆରମ୍ଭ କରିଥିଲି। ଏବେ ୫୬ ବର୍ଷ ହେଲାଣି। ଆଗରୁ କମ୍‌ ଖର୍ଚ୍ଚରେ ଭଲ ବ୍ୟବସାୟ ହେଉଥିଲା। ଜାଗା ସମସ୍ୟା ବି ନ ଥିଲା। ଏବେକାର ପରିସ୍ଥିତି ଭିନ୍ନ। ଏନ୍‌ଏସି କେବଳ ମାହାସୁଲ ଆଦାୟରେ ବ୍ୟସ୍ତ। ବିକାଶ ପ୍ରତି କାହାରି ସାମାନ୍ୟତମ ଆନ୍ତରିକତା ନାହିଁ।
-ପୁଷ୍ପରଞ୍ଜନ ସାହୁ, ବ୍ୟବସାୟୀ
ବର୍ଷତମାମ ହୀନସ୍ତା ହେଉଛୁ
କେତେକ ସ୍ବତନ୍ତ୍ର ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ସାପ୍ତାହିକ ହାଟ ଚାଲିଛି। କାମାକ୍ଷାନଗର ଅଞ୍ଚଳର ଅର୍ଥନୈତିକ କାରବାରର ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିଲେ ହେଁ ଏହାର ବିକାଶ ପ୍ରତି କାହାରି ସାମାନ୍ୟତମ ଦରଦ ନାହିଁ। ଶୌଚାଳୟ କି ପିଣ୍ଡି ନାହିଁ। ଖରା, ବର୍ଷା ଶୀତକାକରରେ ବର୍ଷତମାମ ହୀନସ୍ତା ହେଉଛୁ।
-ରାଜୀବ ଲୋଚନ ସାହୁ, ବ୍ୟବସାୟୀ
ଉପେକ୍ଷିତ ହୋଇ ରହିଛି
ହାଟରେ ବ୍ୟବସାୟକୁ ୪୨ ବର୍ଷ ବିତିଲାଣି। ଦୋକାନୀଙ୍କ ସଂଖ୍ୟା ବଢ଼ିବା ସହ ଦରକୁ ନେଇ ପ୍ରତିଯୋଗିତା ମଧ୍ୟ ହେଉଛି। ତେଣୁ ବ୍ୟବସାୟ କମୁଛି। ହାଟ ସହ ପୁରୁଣା ଭାବ ଯୋଡ଼ି ହୋଇଥିବାରୁ ଛାଡ଼ି ହେଉନାହିଁ। ଏଭଳି ପୁରାତନ ହାଟ ଉପେକ୍ଷିତ ହୋଇ ରହିବା ପ୍ରଶାସନର ବିଫଳତା।
-ମଥୁରି ବେହେରା, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri