ହାଟ କରୁଛି ହଟହଟା

ଖମାର,୧୯।୪(ଡି.ଏନ.ଏ.) ପାଲଲହଡ଼ା ବ୍ଲକ ଖମାର ବଜାର ରାସ୍ତା ପାର୍ଶ୍ୱରେ ସୋମବାରିଆ ବସୁଥିବା ସାପ୍ତାହିକ ହାଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲୁଛି। ଏଥିଯୋଗୁ ବେପାରୀ, ଗ୍ରାହକ ଓ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନେକ ସମୟରେ ରାସ୍ତା ଜାମ୍‌ ହେଉଥିବା ବେଳେ ଦୁର୍ଘଟଣା ଆଶଙ୍କା ସର୍ବଦା ଲାଗି ରହୁଛି। ପ୍ରଶାସନ ପକ୍ଷରୁ ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ପୁରୁଣା ହାଟ ପଡ଼ିଆରେ ହାଟ ବସୁଥିଲା। କିନ୍ତୁ ଖମାର ପଞ୍ଚାୟତ ତରଫରୁ ପୁରୁଣା ହାଟ ପଡ଼ିଆରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ବଳକା ଜାଗାରେ ଆଗାମୀ ଦିନରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏଥିପାଇଁ ୨ବର୍ଷ ତଳେ ତତ୍କାଳୀନ ସରପଞ୍ଚ ଓ ପ୍ରଶାସନ ସାପ୍ତାହିକ ହାଟକୁ ଅସ୍ଥାୟୀ ଭାବେ ଖମାର- ରେଙ୍ଗାଳି ମୁଖ୍ୟ ରାସ୍ତା କଡ଼କୁ ଉଠାଇ ଦେଇଥିଲେ। ନୂତନ ହାଟ ପଡ଼ିଆ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨ ବର୍ଷ ପରେ ମଧ୍ୟ ସ୍ଥାୟୀ ହାଟ ପାଇଁ କୌଣସି ସୁବିଧା ପ୍ରଶାସନ ତରଫରୁ ହୋଇପାରିନାହିଁ। ଫଳରେ ରାସ୍ତା ପାର୍ଶ୍ୱରେ ଖମାର ଛକ ଠାରୁ ମୁଣ୍ଡକାଟି ପୋଲ ପର୍ଯ୍ୟନ୍ତ ହାଟରେ ବେପାରୀମାନେ ବସି ପରିବା ବିକ୍ରି କରୁଛନ୍ତି। ଏହି ହାଟ ଉପରେ ଆଖ ପାଖ ଅଞ୍ଚଳର ପ୍ରାୟ ୧୦୦ରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି। ହାଟ ପାଳି ଦିନ ପ୍ରବଳ ଭିଡ଼ ହେଉଛି। ପାର୍କିଂ ସୁବିଧା ନ ଥିବାରୁ ବେପାରୀ ଓ ଗ୍ରାହକ ରାସ୍ତା ପାର୍ଶ୍ୱରେ ଗାଡି ରଖୁଛନ୍ତି। ଏହା ଭିଡ଼କୁ ଅଧିକ ବଢ଼ାଇ ଦେଇଛି। ଏହି କାରଣରୁ ୧୪୯ ନଂ. ଜାତୀୟ ରାଜପଥ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜାମ ରହୁଛି। ବେଳେ ବେଳେ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖାଯାଉଛି। ଏହି ରାସ୍ତା ଦେଇ ସ୍କୁଲ, କଲେଜକୁ ଛାତ୍ରୀଛାତ୍ରମାନେ ଯାଉଥିବାବେଳେ ମେଡିକାଲକୁ ରୋଗୀମାନେ ଯାଉଛନ୍ତି। କିନ୍ତୁ ଟ୍ରାଫିକ ଜାମ୍‌ ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri