Posted inଖେଳ

୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ

ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍‌ ବୋଲର୍‌ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ହାସିନ କହିଛନ୍ତି, ୪ ଲକ୍ଷ ଟଙ୍କା ଭରଣପୋଷଣ କମ। କିନ୍ତୁ ଏବେ ସେ ଏକ ଭିଡିଓ ଏବଂ ତା ସହିତ ଏକ ଲମ୍ବା ମେସେଜ୍‌ ଶେୟାର କରିଛନ୍ତି, ଯେଉଁଥିରେ ଶାମିଙ୍କ ପ୍ରତି ତାଙ୍କର ପ୍ରେମ ଉଜାଗର କରିଛନ୍ତି।

ହାସିନ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ ଶେୟାର କରିଛନ୍ତି, ଯେଉଁଥିରେ ସେ ‘ପ୍ୟାର ମେଁ ହୋତା ହୈ କ୍ୟା ଜାଦୁ’ ଗୀତ ଗାଉଥିବାର ଦେଖାଯାଉଛି।

ହାସିନ ଏହି ଭିଡିଓ କ୍ଲିପ ସହିତ ଏକ ଲମ୍ବା ମେସେଜ୍‌ ଶେୟାର କରିଛନ୍ତି, ଯେଉଁଥିରେ ସେ ମହମ୍ମଦ ଶାମିଙ୍କ ପାଇଁ ’ଆଇ ଲଭ ୟୁ’ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ଶାମିଙ୍କ ସହ ତାଙ୍କର ଆଇନଗତ ଲଢ଼େଇ ୭ ବର୍ଷ ଧରି ଚାଲିଛି, ଯାହାରୁ କେହି କିଛି ପାଇନାହାଁନ୍ତି। ସେ ତାଙ୍କ ପୋଷ୍ଟରେ ଚରିତ୍ରହୀନ, ଲୋଭୀ ଏବଂ ଅହଂକାର ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ।

ମହମ୍ମଦ ଶାମି ଏବଂ ହାସିନ ଜାହା: ୨୦୧୪ ମସିହାରେ ବିବାହ କରିଥିଲେ। ୪ ବର୍ଷ ବିବାହ ପରେ, ମାର୍ଚ୍ଚ ୨୦୧୮ରେ, ହାସିନ ଶାମି ଏବଂ ତାଙ୍କ ପରିବାର ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଶାମିଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଘରୋଇ ନିର୍ଯାତନା ଏବଂ ବିଷ ଦେବାର ପ୍ରୟାସ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ତଥାପି, ଶାମି ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାସିନ ଶାମିଙ୍କ ଉପରେ ମ୍ୟାଚ ଫିକ୍ସିଂର ଅଭିଯୋଗ ମଧ୍ୟ ଲଗାଇଥିଲେ, କିନ୍ତୁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ ତଦନ୍ତ ପରେ ମ୍ୟାଚ ଫିକ୍ସିଂ ମାମଲାରେ ଭାରତୀୟ ଦ୍ରୁତ ବୋଲରଙ୍କୁ କ୍ଲିନ ଚିଟ ଦେଇଥିଲା।

 

View this post on Instagram

 

A post shared by Haseen Jahan (@hasinjahanofficial)


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri