ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୫ା୭: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥୀରେ ଧରି ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିଆସିବେ ମହାବାହୁ। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥରେ ବିରାଜମାନ ହୋଇଥିବାବେଳେ ପରେ ବଡ଼ଠାକୁର ବଳଭଦ୍ର ଏବଂ ପରେ ଭଉଣୀ ସୁଭଦ୍ରାଙ୍କର ପହଣ୍ଡି ସରିଛି। ଏବେ ଆରମ୍ଭ ହୋଇଛି ମହାବାହୁଙ୍କ ପହଣ୍ଡି। ଧାଡ଼ିପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ। ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଗହଳି ଲାଗିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି। ସେହିପରି ଗୋପାଳବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫, ସେନାପଟାଲାଗି ୭ଟାରୁ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଙ୍ଗଳାର୍ପଣ ୧୧ଟା ୪୫, ପରେ ଡୋରଲାଗି ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍‌ କରିଡର ହେବ। ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୯।୭: ଏଣିକି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ମିଳିବ ସୁରକ୍ଷା। ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଶନିବାର...

୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବାଳସୁଧାର ଗୃହ ଗଲେ ନାବାଳକ…

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣାରେ ସମ୍ପୃକ୍ତ...

ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭: ଏମ୍ସରେ ଚିକିତ୍ସାଧିନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ ହେବ ବୋଲି କହିଲେ...

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ଭବାନୀ

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଭାଜପା ଯୁବନେତା ଭବାନୀ ଶଙ୍କର ପଣ୍ଡାଙ୍କୁ ଦିଗପହଣ୍ଡି ଏନଏସି ପାଇଁ ବ୍ରହ୍ମପୁର ଏମପିଙ୍କ ପ୍ରତିନିଧି ଭାବେ...

୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ନୁହେଁ, ଭୁତାଣୁ ଜନିତ ଜ୍ୱର

ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ...

କନ୍ଧମାଳରେ ଲଜ୍ଜା: ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ…

ତୁମୁଡିବନ୍ଧ/ବାଲିଗୁଡ଼ା,୧୯।୭(ଦୀପକ କୁମାର ପରାସେଠ/ସଞ୍ଜୟ କୁମାର ପାଣିଗ୍ରାହୀ): ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ ସନ୍ଦେହକୁ ଆସି ଡାକ୍ତରୀ ମାଇନା ପରେ...

କିଛି ଦିନର ପ୍ରେମ ସମ୍ପର୍କ ପରେ ନାବାଳିକାଙ୍କ ଘରେ ପଶି ବଳାତ୍କାର କଲେ ନାବଳକ, ପରେ ଉଠାଇ ନେଇ….

ଦିଗପହଣ୍ଡି/ପାଟପୁର,୧୯।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

ପାଟି ଚାପି ବିଲ ଭିତରକୁ ଟାଣିନେଇ ନାବାଳିକାଙ୍କୁ କରିଥିଲେ ବଳାତ୍କାର: ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଶନିବାର ଏକ ନାବାଳାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri