ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ନନ୍ଦପୁର,୨୮।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ବୋଲି ଶନିବାର ଖବରଦାତା ସମ୍ମିଳନୀରେ ଡିଆଇଜି କନୱାର ବିଶାଳ ସିଂ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏସପି ରୋହିତ ବର୍ମା ମଧ୍ୟ ଉପସ୍ଥିତ ଥିଲେ। ତେବେ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଭାବେ କେରଳର ଏଲେନ ଜୟରାଜ (୩୩)ଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କ ବିରୋଧରେ ପୂର୍ବରୁ ଗୁରୁତର ଅପରାଧ ଓ ଏନ୍ଡିପିଏସ ଆଇନ ମାମଲା ରହିଥିବା ତଥ୍ୟ ମିଳିଛି। ପୋଲିସ ତଦନ୍ତରେ ପ୍ରକାଶ, ଅଭିଯୁକ୍ତମାନେ ଗଞ୍ଜେଇ ବହୁ ପରିମାଣରେ ସଂଗ୍ରହ କରି ଉଚ୍ଚ ପ୍ରଯୁକ୍ତି ମାଧ୍ୟମରେ ମଲ୍ଟି-ଷ୍ଟେଜ ଏକ୍ସଟ୍ରାକ୍ସନ ପ୍ରକ୍ରିୟାରେ ହାଶିଶ ତେଲ ତିଆରି କରୁଥିଲେ। ଏହି କାମ ପାଇଁ ଗୁପ୍ତ ଲ୍ୟାବ ସେଟଅପ କରାଯାଇଥିବା ବେଳେ ପ୍ରେସର କୁକର, ପାଇପ, ଡ୍ରମ, ଏବଂ ଇସୋପ୍ରୋପିଲ ଆଲକୋହଲ ପରି ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଜଣାପଡ଼ିଛି। ଫର୍ମେଣ୍ଟେସନ, ଡିଷ୍ଟିଲେସନ ଓ ନିୟନ୍ତ୍ରିତ ତାପ ପ୍ରକ୍ରିୟାରେ ଉଚ୍ଚ ଶୁଦ୍ଧତାର ତେଲ ପ୍ରସ୍ତୁତ କରାଯାଉଥିଲା। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଜୟରାଜ (୩୩) ଙ୍କ ସମେତ କେରଳର କିରଣ ଡି (୩୩), ଆନନ୍ଦ ରାଜ (୨୮), ବିଥୁ ବି (୩୪) ସିଣ୍ଡିକେଟ ସଦସ୍ୟ ଭାବେ ଜଡିତ ଥିବା ବେଳେ ମାଲକାନଗିରିର ଲଇଚନ ଖିଲ୍ଲା (୨୫) ଓ କୋରାପୁଟର ସାଧୁ ପାଙ୍ଗି (୪୫) ଲକ୍ଷ୍ମଣ ଖିଲ ( ୨୩) ସ୍ଥାନୀୟ ଲଜିଷ୍ଟିକ୍ସ ସହଯୋଗୀ ଭାବେ କାମ କରୁଥିବା ପୋଲିସ କହିଛି। ସମସ୍ତଙ୍କୁ ଆଦାଲତରେ ଉପସ୍ଥାପନ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, କୋରାପୁଟ ଅଞ୍ଚଳକୁ ଆଧାର କରି ଏହି ଗୁପ୍ତ ଉତ୍ପାଦନ କେନ୍ଦ୍ର ଚାଲୁଥିଲା। ବହୁ ପରିମାଣର ସାମଗ୍ରୀ ଓ ଯନ୍ତ୍ରପାତି ଜବତ ହୋଇଛି। ଏହା ପଛରେ ଆହୁରି କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, କାନ୍ଦଶୁଣି ଆଶାକର୍ମୀ କଲେ ଏମିତି କାମ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ। ମୟୂରଭଞ୍ଜ…

ହୋଲିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା! ସତର୍କ ସୂଚନା ଜାରି କଲା ଆଇଏମଡି

ନୂଆଦିଲ୍ଲୀ,୨୮।୨: ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ଅନେକ ରାଜ୍ୟର ଲୋକମାନେ ଗରମ ଅନୁଭବ କରିବେ। ଏହି ସମୟରେ,…

ଏହି କାରଣରୁ ଇମୋଶନାଲ୍‌ ହୋଇପଡ଼ିଲେ ୟାମି ଗୌତମ

ଅଭିନେତା ରଣବୀର ସିଂ ଷ୍ଟାରର୍‌ ଫିଲ୍ମ ‘ଧୂରନ୍ଧର’ ବକ୍ସ ଅଫିସରେ ଧମାକା କରିଥିଲା। ସାରା ବିଶ୍ୱରେ ୧୩ ବିଲିୟନରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମର ସିକ୍ୱେଲର…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ବର୍ଷକରେ ୧,୨୭,୦୦,୦୦୦ ଟଙ୍କାର ମଟନ ଖାଇଗଲେ ନ୍ୟାଶନାଲ ପାର୍କର ଚିତା, ପ୍ରତ୍ୟେକ ଦିନ ହେଉଛି ଏତିକି ଖର୍ଚ୍ଚ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରଦେଶର ମହତ୍ତ୍ୱାକାଂକ୍ଷୀ ଚିତା ପ୍ରକଳ୍ପ ପୁଣିଥରେ ଖବରରେ ଆସିଛି। କୁନୋ ଜାତୀୟ ଉଦ୍ୟାନରେ ବାସ କରୁଥିବା ଆଫ୍ରିକୀୟ ଚିତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି,…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ

ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…

ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri