୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ମହିଳା କହିଲେ, ଭାରତ ସ୍ବର୍ଗ ଭଳି

ଔରଙ୍ଗାବାଦ,୨୭।୧: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଲେ ହସିନା ବେଗମ୍‌। ୨୦୦୨ରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଲାହୋର ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ପାସପୋର୍ଟ ହଜିଯାଇଥିଲା। ଏହାପରେ ତାଙ୍କ ଉପରେ ଦୋଷର ପାହାଡ ଲଦି ହୋଇଯାଇଥିଲା। ପାକିସ୍ତାନ ସରକାର ହସିନାଙ୍କୁ ଜେଲ୍‌ରେ ବନ୍ଦ କରିଦେଇଥିଲେ। ଦୀର୍ଘ ୧୮ ବର୍ଷ ହେବ ବିନା ଦୋଷରେ ସେ ଦଣ୍ଡ ଭୋଗୁଥିଲେ। ଏହାପରେ ସାଧାରଣତନ୍ତ୍ର ଦିବସ ଅବସରରେ ସେ ଭାରତ ଫେରିଛନ୍ତି। ଔରଙ୍ଗାବାଦ ପୋଲିସ ସହାୟତାରେ ସେ ନିଜ ଦେଶକୁ ଫେରିବାରେ ସମର୍ଥ ହୋଇଛନ୍ତି। ସ୍ବଦେଶ ଫେରିବା ପରେ ହସିନା କହିଛନ୍ତି, ମୁଁ ଅତ୍ୟନ୍ତ କଷ୍ଟକର ଜୀବନ ବିତାଇଛି। ମୋତେ ଜବରଦସ୍ତି ଜେଲ୍‌ରେ ବନ୍ଦ କରିଦିଆଯାଇଥିଲା। ନିଜ ଦେଶକୁ ଫେରିବା ପରେ ମୋତେ ଶାନ୍ତି ଅନୁଭବ କରୁଛି, ଲାଗୁଛି ଯେମିତି ସ୍ବର୍ଗରେ ଅଛି ବୋଲି ସେ କହିଛନ୍ତି।

Share