ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି?
ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା କରିବା ସହ ଅନେକ କାର୍ଯ୍ୟରେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଲି। ଫଳରେ ମନରେ ବହୁ ଚିନ୍ତା ଆସିଥିଲା ହେଲେ ସେସବୁକୁ ଏକା ସାଙ୍ଗରେ ପୂରଣ କରିବା ପାଇଁ ଆବଶ୍ୟକ ସହଯୋଗ ଓ ସହଯୋଗୀ ମିଳୁ ନ ଥିଲେ। ମନରେ ଅନେକ ଆଶା ଓ ଦୃଢ଼ ଆକାଂକ୍ଷା ରହିଥିଲା। ୨୦୦୪ ବେଳକୁ ଏହା ପୂରଣ ହେବା ପାଇଁ ପଥ ପରିଷ୍କାର ସହ ଆରମ୍ଭ ହୋଇଥିଲା ଟିମ୍‌ ଆଡ୍‌ମାର୍କ। ଏକ ଛୋଟ ପ୍ରତିଷ୍ଠାନରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଗୋଟିଏ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ ପରିଣତ ହୋଇଯାଇଛି। ନିଜର କଠିନ ପରିଶ୍ରମ ଓ ଦୂରଦର୍ଶିତା ଯୋଗୁ କମ୍ପାନୀର ଯାତ୍ରା ଆଶାନୁଯାୟୀ ସଫଳତାର ସହ ପଥ ଅତିକ୍ରମ କରି ଚାଲିଛି।
ଛାତ୍ର ହୋଇ ଏଭଳି ଏକ ବ୍ୟବସାୟ କରିବାର ଯୋଜନା କିଭଳି ଆରମ୍ଭ ହୋଇଥିଲା?
ବ୍ୟବସାୟ ପାଇଁ କେଉଁ ବିଭାଗର ଛାତ୍ର ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏ କ୍ଷେତ୍ରରେ ପାରଦର୍ଶିତା ହାସଲ ପାଇଁ ଆବଶ୍ୟକ ଟିମ୍‌ଓ୍ବାର୍କ ଓ କଠିନ ପରିଶ୍ରମ ସାଙ୍ଗକୁ ଗ୍ରାହକ ସନ୍ତୁଷ୍ଟିର କଳା ମଧ୍ୟ ହାସଲ କରିବାର ଆବଶ୍ୟକତା ରହିଛି। ସେହିପରି ମୋର ପାରିବାରିକ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପ୍ରଚାରପ୍ରସାର ପାଇଁ ବିଜ୍ଞାପନର ଆବଶ୍ୟକତା ରହିଥିଲା। ସେ ସମୟରେ ରାଜ୍ୟରେ ସେଭଳି କିଛି ଆଖିଦୃଶିଆ ବିଜ୍ଞାପନ ସଂସ୍ଥା ନ ଥିଲା। ନିଜ ବ୍ୟବସାୟ ସାଙ୍ଗକୁ ଅନ୍ୟ ସଂସ୍ଥାର ବିଜ୍ଞାପନକୁ ମଧ୍ୟ ସବୁସ୍ତରରେ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ଏହାର ଶୁଭାରମ୍ଭ କରାଯାଇଥିଲା।
ପିପିପି ବ୍ୟବସ୍ଥା ଓ ବ୍ୟବସାୟକୁ କିପରି ଦେଖୁଛନ୍ତି ?
ଟିମ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ ଦୀର୍ଘ ବର୍ଷ ହେବ ପିପିପି ମୋଡ୍‌ରେ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କରି ଆସିଛି। କିଛି ଯୋଜନା ବନ୍ଦ ହୋଇଯାଇଥିବା ବେଳେ ଆଉ କିଛି ଜାରି ରହିଛି। ବିଶେଷକରି ରାଜ୍ୟ ସରକାରଙ୍କ ଡିଟିଏସ୍‌ ବସ୍‌ ସେବା (ସହରାଞ୍ଚଳ ଯାତ୍ରୀ ସେବା) ଠାରୁ ନେଇ ଯାଯାବର (ପର୍ଯ୍ୟଟନ ଭିତ୍ତିକ ହୋଟେଲ) ଯୋଜନା ପର୍ଯ୍ୟନ୍ତ ସବୁଥିରେ ପିପିପି ମୋଡ୍‌ରେ କାର୍ଯ୍ୟ କରାଯାଇଛି। ସବୁଠାରୁ ବଡ଼ କଥା ପିପିପି ବ୍ୟବସ୍ଥା ବର୍ତ୍ତମାନ ସମୟରେ ସବୁଠାରୁ ଭଲ ବ୍ୟବସ୍ଥା। ପିପିପି ମୋଡ୍‌ ଉଭୟ ପକ୍ଷର ସହମତି ଓ ବିଶ୍ୱାସ ସହ ବନ୍ଧୁତା ମଧ୍ୟରେ କରିବା ଆବଶ୍ୟକ। ତା’ ନ ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପିପିପି ବ୍ୟବସ୍ଥା ହେଉଛି ଜଣକର କାର୍ଯ୍ୟ ଆଉ ଜଣଙ୍କର ଦାୟିତ୍ୱ । ଦୁଇ ଜଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହେବା ସହ ଉଭୟଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
ଆମ ପ୍ରତିଷ୍ଠାନ ପ୍ରତି ବର୍ଷ କିଛି ନୂଆ କରିବାର ଆଶା ଏବଂ ନୂଆ ଯୋଜନାକୁ ନେଇ ବଢ଼ି ଚାଲିଥାଏ। ହେଲେ କୋଭିଡ୍‌ ଯୋଗୁ ଗତ କିଛି ମାସ ହେବ ସବୁ କ୍ଷେତ୍ରରେ ସମସ୍ୟା ରହିଛି। ଏହାରି ମଧ୍ୟରେ କମ୍ପାନୀ ଆଗକୁ ରିୟଲ ଇଷ୍ଟେଟ (ନିର୍ମାଣ ସଂସ୍ଥା) ସାଙ୍ଗକୁ କୃଷି କ୍ଷେତ୍ରର ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛି। ସେହିଭଳି ଗ୍ରୁପ୍‌ର ବର୍ତ୍ତମାନର ଯୋଜନାଗୁଡିକୁ ମଧ୍ୟ ସମ୍ପ୍ରସାରଣ କରାଯିବା କାର୍ଯ୍ୟକ୍ରମ ଅଛି। ବିଶେଷକରି କମ୍ପାନୀର ଏଫ୍‌ଏମ୍‌ସିଜି ୟୁନିଟ୍‌ ଏବଂ ଯାଯାବର (ପର୍ଯ୍ୟଟନ ଭିତ୍ତିକ ହୋଟେଲ ଶିଳ୍ପ)ର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଏକ ଡିଜିଟାଲ ଚ୍ୟାନେଲକୁ ମଧ୍ୟ ଆଉ ଟିକେ କ୍ରିୟାଶୀଳ କରିବାର ଯୋଜନା ରହିଛି।
ବ୍ୟବସାୟ, ବ୍ୟବସ୍ଥା ଓ ପରିବାର ମଧ୍ୟରେ ସମନ୍ବୟ କିପରି ରଖିଛନ୍ତି?
ବ୍ୟବସାୟର ଦୀର୍ଘଦିନର ଅଭିଜ୍ଞତା ଯୋଗୁ ସବୁ କାର୍ଯ୍ୟକୁ ଆବଶ୍ୟକ ସମୟ ମଧ୍ୟରେ ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିଛି। ପରିବାର ସହ ମିଶି ଆଗକୁ ବଢ଼ିବା ହେଉଛି ମୋର ମୂଳ ଲକ୍ଷ୍ୟ। ଘର ମୋର ଗୋଟିଏ ପରିବାର ହେଲେ ବ୍ୟବସାୟ ଆଉ ଏକ ପରିବାର ବୋଲି ମୁଁ ଭବିଥାଏ। ସେହିପରି ବ୍ୟବସାୟ କଲେ ବ୍ୟବସ୍ଥା ସହ ମିଶି କାର୍ଯ୍ୟ କରିବାକୁ ପଡ଼େ। ବ୍ୟବସ୍ଥାର ବିଧି ଓ ଆବଶ୍ୟକ ସହଯୋଗ ବିନା ବ୍ୟବସାୟ ପ୍ରତିଷ୍ଠାନ ତିଷ୍ଠି ରହିପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସମୟ ଓ ସହଯୋଗ ରହିଲେ ସବୁ ସମ୍ଭବ ହୋଇପାରିବ।
ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି ?
ଅବସର ସମୟ ବୋଲି କିଛି ଶବ୍ଦ ଉଦ୍ୟୋଗୀଙ୍କ ନିକଟରେ ନ ଥାଏ। ତଥାପି ସମାଜରେ ବସବାସ କରୁଥିବାରୁ କିଛି ସମୟ ସମାଜ ଓ ସଂସ୍କୃତି ଉଦ୍ଦେଶ୍ୟରେ ଦେବାକୁ ପଡ଼ିଥାଏ। ବିଶେଷକରି କଳା,ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହିବା ପାଇଁ ମୋତେ ଭଲ ଲାଗେ। ଭୁବନେଶ୍ୱରରେ ବହୁଦିନରୁ ରହିଛି। ସେହି ଅନୁସାରେ ସାଙ୍ଗସାଥୀ ଓ ପରିଜନ ଅନେକ ରହିଛନ୍ତି। ସେଥିପାଇଁ ବ୍ୟବସାୟ ମଧ୍ୟରେ ସେସବୁ କାର୍ଯ୍ୟରେ ମୁଁ ସମୟ ଦେବାକୁ ଶତଚେଷ୍ଟା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri