ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି?
ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା କରିବା ସହ ଅନେକ କାର୍ଯ୍ୟରେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଲି। ଫଳରେ ମନରେ ବହୁ ଚିନ୍ତା ଆସିଥିଲା ହେଲେ ସେସବୁକୁ ଏକା ସାଙ୍ଗରେ ପୂରଣ କରିବା ପାଇଁ ଆବଶ୍ୟକ ସହଯୋଗ ଓ ସହଯୋଗୀ ମିଳୁ ନ ଥିଲେ। ମନରେ ଅନେକ ଆଶା ଓ ଦୃଢ଼ ଆକାଂକ୍ଷା ରହିଥିଲା। ୨୦୦୪ ବେଳକୁ ଏହା ପୂରଣ ହେବା ପାଇଁ ପଥ ପରିଷ୍କାର ସହ ଆରମ୍ଭ ହୋଇଥିଲା ଟିମ୍‌ ଆଡ୍‌ମାର୍କ। ଏକ ଛୋଟ ପ୍ରତିଷ୍ଠାନରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଗୋଟିଏ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ ପରିଣତ ହୋଇଯାଇଛି। ନିଜର କଠିନ ପରିଶ୍ରମ ଓ ଦୂରଦର୍ଶିତା ଯୋଗୁ କମ୍ପାନୀର ଯାତ୍ରା ଆଶାନୁଯାୟୀ ସଫଳତାର ସହ ପଥ ଅତିକ୍ରମ କରି ଚାଲିଛି।
ଛାତ୍ର ହୋଇ ଏଭଳି ଏକ ବ୍ୟବସାୟ କରିବାର ଯୋଜନା କିଭଳି ଆରମ୍ଭ ହୋଇଥିଲା?
ବ୍ୟବସାୟ ପାଇଁ କେଉଁ ବିଭାଗର ଛାତ୍ର ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏ କ୍ଷେତ୍ରରେ ପାରଦର୍ଶିତା ହାସଲ ପାଇଁ ଆବଶ୍ୟକ ଟିମ୍‌ଓ୍ବାର୍କ ଓ କଠିନ ପରିଶ୍ରମ ସାଙ୍ଗକୁ ଗ୍ରାହକ ସନ୍ତୁଷ୍ଟିର କଳା ମଧ୍ୟ ହାସଲ କରିବାର ଆବଶ୍ୟକତା ରହିଛି। ସେହିପରି ମୋର ପାରିବାରିକ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପ୍ରଚାରପ୍ରସାର ପାଇଁ ବିଜ୍ଞାପନର ଆବଶ୍ୟକତା ରହିଥିଲା। ସେ ସମୟରେ ରାଜ୍ୟରେ ସେଭଳି କିଛି ଆଖିଦୃଶିଆ ବିଜ୍ଞାପନ ସଂସ୍ଥା ନ ଥିଲା। ନିଜ ବ୍ୟବସାୟ ସାଙ୍ଗକୁ ଅନ୍ୟ ସଂସ୍ଥାର ବିଜ୍ଞାପନକୁ ମଧ୍ୟ ସବୁସ୍ତରରେ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ଏହାର ଶୁଭାରମ୍ଭ କରାଯାଇଥିଲା।
ପିପିପି ବ୍ୟବସ୍ଥା ଓ ବ୍ୟବସାୟକୁ କିପରି ଦେଖୁଛନ୍ତି ?
ଟିମ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ ଦୀର୍ଘ ବର୍ଷ ହେବ ପିପିପି ମୋଡ୍‌ରେ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କରି ଆସିଛି। କିଛି ଯୋଜନା ବନ୍ଦ ହୋଇଯାଇଥିବା ବେଳେ ଆଉ କିଛି ଜାରି ରହିଛି। ବିଶେଷକରି ରାଜ୍ୟ ସରକାରଙ୍କ ଡିଟିଏସ୍‌ ବସ୍‌ ସେବା (ସହରାଞ୍ଚଳ ଯାତ୍ରୀ ସେବା) ଠାରୁ ନେଇ ଯାଯାବର (ପର୍ଯ୍ୟଟନ ଭିତ୍ତିକ ହୋଟେଲ) ଯୋଜନା ପର୍ଯ୍ୟନ୍ତ ସବୁଥିରେ ପିପିପି ମୋଡ୍‌ରେ କାର୍ଯ୍ୟ କରାଯାଇଛି। ସବୁଠାରୁ ବଡ଼ କଥା ପିପିପି ବ୍ୟବସ୍ଥା ବର୍ତ୍ତମାନ ସମୟରେ ସବୁଠାରୁ ଭଲ ବ୍ୟବସ୍ଥା। ପିପିପି ମୋଡ୍‌ ଉଭୟ ପକ୍ଷର ସହମତି ଓ ବିଶ୍ୱାସ ସହ ବନ୍ଧୁତା ମଧ୍ୟରେ କରିବା ଆବଶ୍ୟକ। ତା’ ନ ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପିପିପି ବ୍ୟବସ୍ଥା ହେଉଛି ଜଣକର କାର୍ଯ୍ୟ ଆଉ ଜଣଙ୍କର ଦାୟିତ୍ୱ । ଦୁଇ ଜଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହେବା ସହ ଉଭୟଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
ଆମ ପ୍ରତିଷ୍ଠାନ ପ୍ରତି ବର୍ଷ କିଛି ନୂଆ କରିବାର ଆଶା ଏବଂ ନୂଆ ଯୋଜନାକୁ ନେଇ ବଢ଼ି ଚାଲିଥାଏ। ହେଲେ କୋଭିଡ୍‌ ଯୋଗୁ ଗତ କିଛି ମାସ ହେବ ସବୁ କ୍ଷେତ୍ରରେ ସମସ୍ୟା ରହିଛି। ଏହାରି ମଧ୍ୟରେ କମ୍ପାନୀ ଆଗକୁ ରିୟଲ ଇଷ୍ଟେଟ (ନିର୍ମାଣ ସଂସ୍ଥା) ସାଙ୍ଗକୁ କୃଷି କ୍ଷେତ୍ରର ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛି। ସେହିଭଳି ଗ୍ରୁପ୍‌ର ବର୍ତ୍ତମାନର ଯୋଜନାଗୁଡିକୁ ମଧ୍ୟ ସମ୍ପ୍ରସାରଣ କରାଯିବା କାର୍ଯ୍ୟକ୍ରମ ଅଛି। ବିଶେଷକରି କମ୍ପାନୀର ଏଫ୍‌ଏମ୍‌ସିଜି ୟୁନିଟ୍‌ ଏବଂ ଯାଯାବର (ପର୍ଯ୍ୟଟନ ଭିତ୍ତିକ ହୋଟେଲ ଶିଳ୍ପ)ର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଏକ ଡିଜିଟାଲ ଚ୍ୟାନେଲକୁ ମଧ୍ୟ ଆଉ ଟିକେ କ୍ରିୟାଶୀଳ କରିବାର ଯୋଜନା ରହିଛି।
ବ୍ୟବସାୟ, ବ୍ୟବସ୍ଥା ଓ ପରିବାର ମଧ୍ୟରେ ସମନ୍ବୟ କିପରି ରଖିଛନ୍ତି?
ବ୍ୟବସାୟର ଦୀର୍ଘଦିନର ଅଭିଜ୍ଞତା ଯୋଗୁ ସବୁ କାର୍ଯ୍ୟକୁ ଆବଶ୍ୟକ ସମୟ ମଧ୍ୟରେ ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିଛି। ପରିବାର ସହ ମିଶି ଆଗକୁ ବଢ଼ିବା ହେଉଛି ମୋର ମୂଳ ଲକ୍ଷ୍ୟ। ଘର ମୋର ଗୋଟିଏ ପରିବାର ହେଲେ ବ୍ୟବସାୟ ଆଉ ଏକ ପରିବାର ବୋଲି ମୁଁ ଭବିଥାଏ। ସେହିପରି ବ୍ୟବସାୟ କଲେ ବ୍ୟବସ୍ଥା ସହ ମିଶି କାର୍ଯ୍ୟ କରିବାକୁ ପଡ଼େ। ବ୍ୟବସ୍ଥାର ବିଧି ଓ ଆବଶ୍ୟକ ସହଯୋଗ ବିନା ବ୍ୟବସାୟ ପ୍ରତିଷ୍ଠାନ ତିଷ୍ଠି ରହିପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସମୟ ଓ ସହଯୋଗ ରହିଲେ ସବୁ ସମ୍ଭବ ହୋଇପାରିବ।
ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି ?
ଅବସର ସମୟ ବୋଲି କିଛି ଶବ୍ଦ ଉଦ୍ୟୋଗୀଙ୍କ ନିକଟରେ ନ ଥାଏ। ତଥାପି ସମାଜରେ ବସବାସ କରୁଥିବାରୁ କିଛି ସମୟ ସମାଜ ଓ ସଂସ୍କୃତି ଉଦ୍ଦେଶ୍ୟରେ ଦେବାକୁ ପଡ଼ିଥାଏ। ବିଶେଷକରି କଳା,ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହିବା ପାଇଁ ମୋତେ ଭଲ ଲାଗେ। ଭୁବନେଶ୍ୱରରେ ବହୁଦିନରୁ ରହିଛି। ସେହି ଅନୁସାରେ ସାଙ୍ଗସାଥୀ ଓ ପରିଜନ ଅନେକ ରହିଛନ୍ତି। ସେଥିପାଇଁ ବ୍ୟବସାୟ ମଧ୍ୟରେ ସେସବୁ କାର୍ଯ୍ୟରେ ମୁଁ ସମୟ ଦେବାକୁ ଶତଚେଷ୍ଟା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?