Categories: ଜାତୀୟ

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ ଆଣିବା ଲାଗି ବିଚାର କରୁଛି। ଅପରାଧୀ ଯେପରି ଖସି ନ ପାରିବେ, ସେଥିପାଇଁ ଆଇନରେ ବ୍ୟବସ୍ଥା ଲାଗି ତାଙ୍କ ସରକାର ବିଚାର ବିମର୍ଶ ଚଳାଇଥିବା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌୍‌ ଖଟ୍ଟର କହିଛନ୍ତି। ଫରିଦାବାଦର ବଲ୍ଲଭଗଡ଼ରେ ନିକଟରେ ଘଟିଥିବା ଛାତ୍ରୀ ହତ୍ୟା ଘଟଣା ସହ ଲଭ୍‌ ଜିହାଦର ସମ୍ପର୍କ ରହିଛି। ଏଭଳି ଘଟଣାର ଦୃଢ଼ ନିନ୍ଦା କରାଯିବା ଆବଶ୍ୟକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଭ୍‌ ଜିହାଦକୁ ଅତି ଗୁରୁତର ସହ ନେବାକୁ ଖଟ୍ଟର କହିଛନ୍ତି।
ଗତ ସପ୍ତାହରେ ବଲ୍ଲଭଗଡ଼ରେ ନିକିତା (୨୧) ନାମ୍ନୀ କଲେଜ ଛାତ୍ରୀଙ୍କୁ ଗୁଳି କରିି ହତ୍ୟା କରାଯାଇଥିଲା। ଜଣେ ମୁସଲମାନ ଯୁବକ ତାଙ୍କୁ ବିବାହ କରିବା ଲାଗି ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଇବା ଲାଗି ଚାପ ପକାଉଥିଲା ବୋଲି ନିକିତାଙ୍କ ପରିବାର ଅଭିଯୋଗ କରିଥିଲେ। କେତେକ ହିନ୍ଦୁ ସଂଗଠନ ଏହାକୁ ଲଭ୍‌ ଜିହାଦ କହିଛନ୍ତି।

Share