Categories: ଜାତୀୟ

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା ସରକାରଙ୍କ ନିବେଦନ କ୍ରମେ ଉଦ୍ଧାର କାର୍ଯ୍ୟ ପାଇଁ ଦିଲ୍ଲୀରୁ ଦମକଳବାହିନୀକୁ ପଠାଯାଇଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share