Posted inଜାତୀୟ

ମଣିପୁର ପରେ ଜଳୁଛି ହରିୟାଣା: ଦଙ୍ଗା ନେଇ ପୋଲିସ ପାଖରେ ପୂର୍ବରୁ ଥିଲା ସୂଚନା!

ଚଣ୍ଡୀଗଡ,୧।୮: କୁହାଯାଏ ସାମ୍ପ୍ରଦାୟିକ ହିଂସାରେ ମଣିଷ ନିଜେ ହିଁ ମାନବ ବୋମାରେ ପରିଣତ ହୋଇଥାଏ। ମଣିପୁରରେ ୩ମାସରୁ ଉଦ୍ଧ ଦିନ ଧରି ସାମ୍ପ୍ରଦାୟିକ ହିଂସା ଥମି ନ ଥିବା ବେଳେ ହରିୟାଣାରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ଧାର୍ମିକ ଶୋଭାଯାତ୍ରା ହିଂସାତ୍ମକ ମୋଡ ନେଇଛି। ନୁହରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ରାଜ୍ୟର ଚାରିଟି ଜିଲାକୁ ବ୍ୟାପିଛି। ନୁହ ଆଖପାଖରେ ଥିବା ଅନେକ ଜିଲାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ହିଂସାକୁ ଆୟତ୍ତ କରିବା ପାଇଁ ଭାରୀ ସୁରକ୍ଷା ବଳ ମୁତୟନ କରାଯାଇଛି।

ତେବେ ଏହି ସାମ୍ପ୍ରଦାୟିକ ହିଂସା ନୁହରେ ପ୍ରଥମ ଘଟଣା ନୁହେଁ ନହୁ ପୂର୍ବରୁ ମଧ୍ୟ ଏଠାରେ ସାମ୍ପ୍ରଦାୟିକ ହିଂସା ଦେଖାଯାଇଛି। ନହୁ ହରିୟାଣାର ଅତି ସମ୍ବେଦନଶୀଳ ଜିଲା ଭାବରେ ବିବେଚନା କରାଯାଇଥାଏ। ହରିୟାଣାର ୨୨ଟି ଜିଲ୍ଲା ମଧ୍ୟରୁ ନହୁ ଅନ୍ୟତମ। ୨୦୧୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ୧୦.୯ ଲକ୍ଷ ରହିଛି। ନହୁରେ ମେବ ଜାତିର କୃଷକମାନେ ବହୁ ସଂଖ୍ୟାରେ ବସବାସ କରନ୍ତି। ନହୁ ହେଉଛି ହରିୟାଣାର ଏକମାତ୍ର ମୁସଲମାନ ସଂଖ୍ୟାଲଘୁ ଜିଲା। ଜନସଂଖ୍ୟାର ପ୍ରାୟ ୭୯ପ୍ରତିଶତ ମୁସଲମାନ ଅଟନ୍ତି। ହରିୟାଣାର ଏହି ଜିଲା ୪ ଅପ୍ରେଲ ୨୦୦୫ରେ ଗଠନ ହୋଇଥିଲା। ପୂର୍ବରୁ ଏହାର ନାମ ମେବାତ ଥିଲା। ୨୦୧୬ରେ ଏହାର ନାମ ବଦଳାଇ ନହୁ କରାଯାଇଥିଲା।

ତେବେ ଏଠାରେ କହି ରଖୁଛୁ କି, ନହୁ ଇଲାକାକୁ ସବୁଠାରୁ ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଇଥାଏ। ୩ ବର୍ଷ ଧରି ଧାର୍ମିକ ଯାତ୍ରା ଏଠାରେ ଅନୁଷ୍ଠିତ ହେଉଥିଲା। ତେଣୁ କିଛି ହଂସାତ୍ମକ ଘଟଣା ଘଟିବ ବୋଲି ପୋଲିସ ପୂର୍ବରୁ ଜାଣିଥିଲା। ଏଥିପାଇଁ ନହୁ ପୋଲିସ ଏନେଇ ସତର୍କ ଦୃଷ୍ଟି ରଖିଥିଲା। ସୁରକ୍ଷା ବ୍ୟବସ୍ଥା କଡାକଡି ରଖିଥିଲେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ପାଇଁ ହିଂସା ଉଗ୍ର ରୂପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri