ହରିଆଣାରେ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରେ ଏବେ ହରିଆଣା ସରକାର ମଧ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି। ହରିଆଣାରେ ମେ’ ୨୪ ଯାଏ ଲକ୍‌ଡାଉନ ଜାରି ରହିବ। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ ଟୁଇଟ କରି ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଅବଧି ମେ’୧୭ ପର୍ଯ୍ୟନ୍ତ ରହିଥିଲା। ଗତ କିଛି ଦିନରୁ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ରାଜ୍ୟସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ପ୍ରତିଦିନ ନୂଆ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାରରୁ ଊର୍ଦ୍ଧ୍ୱ ରହୁଥିବା ବେଳେ ଏବେ ଏହା ହ୍ରାସ ପାଇ ୯ହଜାରରୁ ଊର୍ଦ୍ଧ୍ୱରେ ରହିଛି ବୋଲି ଅନୀଲ ବିଜ କହିଛନ୍ତି।

Share