Categories: ଜାତୀୟ

ହରିଆଣା ନୁହରେ ପୋଲିସର ଏନ୍‌କାଉଣ୍ଟର: ଡିଏସ୍‌ପି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହରେ ତାୱାଡୁର ଡିଏସ୍‌ପି ସୁରେନ୍ଦର ସିଂ ବିଷ୍ଣୋଇଙ୍କ ହତ୍ୟା ପରେ ପୋଲିସର ଏନ୍‌କାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଏନ୍‌କାଉଣ୍ଟର ସମୟରେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ନଲହର ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଡିଏସ୍‌ପିଙ୍କ ହତ୍ୟା ହେବାର କିଛି ଘଣ୍ଟା ମଧ୍ୟରେ ନିଆଯାଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଡିଏସ୍‌ପିଙ୍କ ହତ୍ୟା ମାମଲାରେ ହରିୟାଣା ଡିଜିପି ପି.କେ ଅଗ୍ରୱାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଏକ ବଡ଼ ଦୁଃଖଦ ଘଟଣା। ପୋଲିସ ଏନ୍‌କାଉଣ୍ଟର ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ଗୋଡରେ ଗୁଳି ବାଜିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।

Share