Categories: ଜାତୀୟ

୧୦ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଏମ୍‌ପି ଅଜୟ ଏସ୍‌ ଚୌତାଲା ଗୁରୁବାର ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି। ତାଙ୍କୁ ଭେଟିବା ପାଇଁ ପୁଅ ତଥା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ତାଙ୍କର କିଛି ସମର୍ଥକଙ୍କ ସହ ପହଞ୍ଚିଥିଲେ। ହରିୟାଣାରେ ଶିକ୍ଷକ ନିଯୁକ୍ତ ସ୍କାମ ପାଇଁ ଅଜୟ ଚୌତାଲା ୧୦ ବର୍ଷ ଧରି ଜେଲରେ ଥିଲେ। ସେହି ସ୍କାମରେ ତାଙ୍କ ବ୍ୟତୀତ ତାଙ୍କ ବାପା ତଥା ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲାଙ୍କ ସମେତ ୫୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୯୯୯-୨୦୦୦ରେ ହରିୟାଣାରେ ୩ ହଜାର ଜୁନିୟର ବେସିକ୍‌ ଶିକ୍ଷକଙ୍କ ନିଯୁକ୍ତି ବାହାରିଥିଲା। ଉପଯୁକ୍ତ ପ୍ରକ୍ରିୟାରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସ୍ଥାନରେ ଡକ୍ୟୁମେଣ୍ଟ ଜାଲ କରି ଅନ୍ୟଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ମାମଲାରେ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ମୁଖ୍ୟ ଅଜୟ ଓ ତାଙ୍କ ବାପା ଦୋଷୀ ସାବ୍ୟସ୍ତ ହୋଇଥିଲେ।

Share