ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ସୁନ୍ଦରଗଡ଼, ୧୬।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସବ୍‌ଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁ ଉଦ୍‌ଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବ।
ଚାଷୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲାରେ ଚଳିତ ବର୍ଷ ୧୩୪ଟି ମଣ୍ଡି କରାଯାଇଛି। ସୁନ୍ଦରଗଡ଼ ଉପଖଣ୍ଡରେ ସର୍ବାଧିକ ୮୯ଟି ମଣ୍ଡି କରାଯାଇଥିବାବେଳେ ପାନପୋଷ ଉପଖଣ୍ଡରେ ୧୫ ଓ ବଣାଇ ଉପଖଣ୍ଡରେ ୩୦ଟି ମଣ୍ଡି ବ୍ୟବସ୍ଥା କରାଯାଇଛି। ବୃହତ ଆଞ୍ଚଳିକ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ), ଏମପିସିଏ ଏବଂ ଆର୍‌ସିଏମ୍‌ଏସ୍‌ ମାଧ୍ୟମରେ ଏହି ମଣ୍ଡିଗୁଡ଼ିକ ପରିଚାଳନା କରାଯାଉଛି। ଏହି ମଣ୍ଡିଗୁଡ଼ିକରେ ଧାନ ବିକ୍ରୟ ପାଇଁ ମୋଟ ୪୯ ହଜାର ୯୪୦ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ଜିଲାରୁ ୨ ଲକ୍ଷ ୮୩୮ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରେଡ-୧ ମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨ହଜାର ୬୦ ଟଙ୍କା ରହିଛି। ସେହିପରି ଏଫ୍‌ଏକ୍ୟୁମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ହଜାର ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ବିଶ୍ରାମାଗାର ସହିତ ପାନୀୟ ଜଳ ଏବଂ ଶୌଚାଳୟ କରାଯାଇଛି। ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ସଚେତନ କରାଯାଉଛି। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥର ଧାନ କିଣିବା ପ୍ରକ୍ରିୟାରେ ସାମିଲ କରାଯାଇଛି। ଚଳିତବର୍ଷ ୭ଟି ବ୍ଲକର ୮ଟି ଗ୍ରାମପଞ୍ଚାୟତ ପାଇଁ ୮ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି। ବାଲିଶଙ୍କରା ବ୍ଲକର ତୁମୁଲିଆ, ବଡଗାଁ ବ୍ଲକର ରୁନଗାଁ, ଗୁରୁଣ୍ଡିଆ ବ୍ଲକର ପଙ୍କଡିହି, କୁଆଁରମୁଣ୍ଡା ବ୍ଲକର କଚାରୁ, ଲେଫ୍ରିପଡ଼ା ବ୍ଲକର କୁଲବିରା, ଲାଠିକଟା ବ୍ଲକର ବିର୍ଡା, ଲହୁଣୀପଡ଼ା ବ୍ଲକର ତଳବାହାଲି ଓ କୁଲିପୋଷ ପଞ୍ଚାୟତରେ ଚାଷୀମାନଙ୍କଠାରୁ ଏସ୍‌ଏଚଜି ମା’ମାନେ ଧାନ ସଂଗ୍ରହ କରିବେ।
ସବ୍କଡେଗା ବ୍ଲକରେ ମଣ୍ଡି ଉଦ୍‌ଘାଟନବେଳେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗାଚରଣ ବେଶ୍ରା, ସହକାରୀ ଯୋଗାଣ ଅଧିକାରୀ ବିଜୟ କୁମାର ବାରିକ, ସମବାୟ ବ୍ୟାଙ୍କର ସମ୍ପାଦକ ଭକ୍ତେଶ୍ୱର ମଲ୍ଲିକ, ସମବାୟ ସମିତିର ସହକାରୀ ନିବନ୍ଧକ ଗାବ୍ରିଏଲ ସୋରେନ, ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅମଳେନ୍ଦୁ ସିଂ ନାଏକ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ...

ମିଳିଲା ଜିଆରପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା,୧।୧୨(ସଂଗୀତା ଜେନା): ରାଉରକେଲା ରେଳବାଇ ପୋଲିସ ଅଧୀକ୍ଷକ (ଏସଏସପି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଜିଆରପି କନଷ୍ଟେବଳ  ରବିବାର ରାତିରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri