ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ସୁନ୍ଦରଗଡ଼, ୧୬।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସବ୍‌ଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁ ଉଦ୍‌ଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବ।
ଚାଷୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲାରେ ଚଳିତ ବର୍ଷ ୧୩୪ଟି ମଣ୍ଡି କରାଯାଇଛି। ସୁନ୍ଦରଗଡ଼ ଉପଖଣ୍ଡରେ ସର୍ବାଧିକ ୮୯ଟି ମଣ୍ଡି କରାଯାଇଥିବାବେଳେ ପାନପୋଷ ଉପଖଣ୍ଡରେ ୧୫ ଓ ବଣାଇ ଉପଖଣ୍ଡରେ ୩୦ଟି ମଣ୍ଡି ବ୍ୟବସ୍ଥା କରାଯାଇଛି। ବୃହତ ଆଞ୍ଚଳିକ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ), ଏମପିସିଏ ଏବଂ ଆର୍‌ସିଏମ୍‌ଏସ୍‌ ମାଧ୍ୟମରେ ଏହି ମଣ୍ଡିଗୁଡ଼ିକ ପରିଚାଳନା କରାଯାଉଛି। ଏହି ମଣ୍ଡିଗୁଡ଼ିକରେ ଧାନ ବିକ୍ରୟ ପାଇଁ ମୋଟ ୪୯ ହଜାର ୯୪୦ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ଜିଲାରୁ ୨ ଲକ୍ଷ ୮୩୮ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରେଡ-୧ ମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨ହଜାର ୬୦ ଟଙ୍କା ରହିଛି। ସେହିପରି ଏଫ୍‌ଏକ୍ୟୁମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ହଜାର ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ବିଶ୍ରାମାଗାର ସହିତ ପାନୀୟ ଜଳ ଏବଂ ଶୌଚାଳୟ କରାଯାଇଛି। ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ସଚେତନ କରାଯାଉଛି। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥର ଧାନ କିଣିବା ପ୍ରକ୍ରିୟାରେ ସାମିଲ କରାଯାଇଛି। ଚଳିତବର୍ଷ ୭ଟି ବ୍ଲକର ୮ଟି ଗ୍ରାମପଞ୍ଚାୟତ ପାଇଁ ୮ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି। ବାଲିଶଙ୍କରା ବ୍ଲକର ତୁମୁଲିଆ, ବଡଗାଁ ବ୍ଲକର ରୁନଗାଁ, ଗୁରୁଣ୍ଡିଆ ବ୍ଲକର ପଙ୍କଡିହି, କୁଆଁରମୁଣ୍ଡା ବ୍ଲକର କଚାରୁ, ଲେଫ୍ରିପଡ଼ା ବ୍ଲକର କୁଲବିରା, ଲାଠିକଟା ବ୍ଲକର ବିର୍ଡା, ଲହୁଣୀପଡ଼ା ବ୍ଲକର ତଳବାହାଲି ଓ କୁଲିପୋଷ ପଞ୍ଚାୟତରେ ଚାଷୀମାନଙ୍କଠାରୁ ଏସ୍‌ଏଚଜି ମା’ମାନେ ଧାନ ସଂଗ୍ରହ କରିବେ।
ସବ୍କଡେଗା ବ୍ଲକରେ ମଣ୍ଡି ଉଦ୍‌ଘାଟନବେଳେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗାଚରଣ ବେଶ୍ରା, ସହକାରୀ ଯୋଗାଣ ଅଧିକାରୀ ବିଜୟ କୁମାର ବାରିକ, ସମବାୟ ବ୍ୟାଙ୍କର ସମ୍ପାଦକ ଭକ୍ତେଶ୍ୱର ମଲ୍ଲିକ, ସମବାୟ ସମିତିର ସହକାରୀ ନିବନ୍ଧକ ଗାବ୍ରିଏଲ ସୋରେନ, ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅମଳେନ୍ଦୁ ସିଂ ନାଏକ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri