ପ୍ରତି ଭାଷଣ ପାଇଁ ହ୍ୟାରି-ମେଘନାଙ୍କୁ ମିଳିବ ୯ କୋଟି ପାରିଶ୍ରମିକ

ଲଣ୍ଡନ, ୨୭।୬: ରାଜକୁମାର ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘନା ମାର୍କେଲ ବ୍ରିଟିଶ ରାଜପରିବାର ଛାଡ଼ିବା ପରେ ସେମାନଙ୍କର ଆୟର ମାଧ୍ୟମ କ’ଣ ହେବ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏବେ ହ୍ୟାରି ଓ ମେଘନାଙ୍କୁ ଏକ ବଡ଼ ଅଫର ମିଳିଛି। ‘ଦି ହ୍ୟାରି ଓ୍ବାର୍କର’ ଏଜେନ୍ସି ପକ୍ଷରୁ ଦୁହିଁଙ୍କ ପାଇଁ ନୂଆ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇଛି। ଏହି ସଂସ୍ଥା ପ୍ରତି ଭାଷଣ ଲାଗି ୯ କୋଟି ଟଙ୍କାର ପାରିଶ୍ରମିକ ଦେବାକୁ ହ୍ୟାରି-ମେଘନାଙ୍କ ସହି ଚୁକ୍ତି କରିଛି। ସଂସ୍ଥାର କ୍ଲାଏଣ୍ଟ୍‌ ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍‌ କ୍ଲିଣ୍ଟନ, ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍‌ ଏବଂ ଆମେରିକା ଟକ୍‌ ଶୋ ହୋଷ୍ଟ ଓପରା ଓ୍ବିନ୍‌ଫ୍ରେ ପ୍ରମୁଖଙ୍କ ନାମ ରହିଛି। ଚୁକ୍ତି ଅନୁସାରେ ଏହି ସ୍ପିଙ୍ଗ୍‌ ଏଜେନ୍ସି ନିଜର କାର୍ଯ୍ୟକ୍ରମରେ ହ୍ୟାରି ଏବଂ ମେଘନାଙ୍କ ଭାଷଣ ସାମିଲ୍‌ କରିପାରିବ। ଏଥି ପାଇଁ ଏଜେନ୍ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଟଙ୍କା ପୈଠ କରାଯିବ।

Share