ହାରିସ୍‌ଙ୍କୁ କରୋନା

ଓ୍ବାଶିଂଟନ୍‌, ୨୭ା୪: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ତାଙ୍କ ପ୍ରେସ୍‌ ସେକ୍ରେଟାରୀ କ୍ରିଷ୍ଟେନ ଆଲେନ୍‌ ଏକ ବିବୃତିରେ ଜଣାଇଛନ୍ତି। ତେବେ ହାରିସ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ କିମ୍ବା ଫାଷ୍ଟ୍‌ ଲେଡି ଜିଲ୍‌ ବାଇଡେନ୍‌ଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ହାରିସ୍‌ ମଡର୍ନା ଭାକ୍ସିନ ଏବଂ ୨ଟି ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି।

Share