Categories: ଖେଳ

ଇତିହାସ ରଚିଲେ ହରମନପ୍ରୀତ

କେପଟାଉନ,୨୧।୨: ଭାରତୀୟ ମହିଳା କ୍ରିକେଟର୍‌ ହରମନପ୍ରୀତ କୌର ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। କେବଳ ମହିଳା ନୁହେଁ, କୌଣସି ପୁରୁଷ କ୍ରିକେଟର୍‌ ମଧ୍ୟରେ ଏପର୍ଯ୍ୟନ୍ତ ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳି ନାହାଁନ୍ତି। ଏହି ଉପଲବ୍ଧି ହାସଲ କରିବାରେ ହରମନପ୍ରୀତ ହେଉଛନ୍ତି ପ୍ରଥମ ଖେଳାଳି। ଆୟର୍ଲାଣ୍ଡ ବିପକ୍ଷରେ ପଡ଼ିଆରେ ଅବତରଣ କରିବା ମାତ୍ରେ ହରମାନପ୍ରୀତ ଏହି ରେକର୍ଡ ସୃଷ୍ଟି କରିଥିଲେ।
ମହିଳାମାନଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ହରମନପ୍ରୀତଙ୍କ ପଛରେ ଅଛନ୍ତି। ବେଟ୍ସ ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ୧୪୩ଟି ମ୍ୟାଚ ଖେଳିଛନ୍ତି। ହରମନପ୍ରୀତ ଏପର୍ଯ୍ୟନ୍ତ ଭାରତ ପାଇଁ ୧୫୦ ଟି-୨୦ ମ୍ୟାଚରେ ୩୦୦୬ ରନ ସଂଗ୍ରହ କରିଛନ୍ତି। ହରମନପ୍ରୀତ ମଧ୍ୟ ଭାରତର ପ୍ରଥମ ତଥା ସାମଗ୍ରିକ ଚତୁର୍ଥ ମହିଳା କ୍ରିକେଟର ଯିଏକି ଅନ୍ତର୍ଜାତୀୟ ଟି-୨୦ରେ ତିନି ହଜାର ରନ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ସୁଜି ବେଟ୍ସ, ମେଗ ଲାନିଙ୍ଗ ଏବଂ ଷ୍ଟିଫାନି ଟେଲର ଏହା କରିଛନ୍ତି।
ସେହିପରି ପୁରୁଷଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ ହେଉଛି ଭାରତର ରୋହିତ ଶର୍ମା। ସେ ନିଜ କ୍ୟାରିୟରରେ ମୋଟ ୧୪୮ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି। ଏଥିରେ ସେ ହାରାହାରି ୩୧.୩୨ରେ ୩୮୫୩ ରନ ସଂଗ୍ରହ କରିଛନ୍ତି।

Share