Posted inଖେଳ

ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ସ୍ପେନ୍‌ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ମିନି ଟୁର୍ନାମେଣ୍ଟ ପାଇଁ ନିୟମିତ ଅଧିନାୟକ ମନ୍‌ପ୍ରୀତଙ୍କ ସ୍ଥାନରେ ହରମନପ୍ରୀତ୍‌ ସିଂଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ ମନ୍‌ପ୍ରୀତଙ୍କୁ ତାଙ୍କ ଡେପୁଟି ଚୟନ କରାଯାଇଛି। ପ୍ରୋ ଲିଗ୍‌ ହକିର ଏହି ପରିବର୍ତ୍ତିତ ରୂପରେଖ ଅନୁସାରେ ଭାରତ ଉଭୟ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ସହିତ ଦୁଇଟି ଲେଖାଏ ମ୍ୟାଚ ଖେଳିବ। ଅକ୍ଟୋବର ୨୮ ଓ ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ ଏବଂ ଅକ୍ଟୋବର ୩୦ ଓ ନଭେମ୍ବର ୬ରେ ସ୍ପେନ୍‌ ବିପକ୍ଷରେ ଖେଳିବ ଭାରତ। ଭାରତୀୟ ଟିମ୍‌ ଖେଳାଳିଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି ା ଏହି କାରଣରୁ ଟିମ୍‌ ମ୍ୟାନେଜମେଣ୍ଟ ପ୍ରୋ ଲିଗ୍‌ ହକିର ପ୍ରଥମ ୪ ମ୍ୟାଚ ପାଇଁ ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ବୋଲି କହିଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ଏହା ସହ ଭାରତୀୟ ଦଳରେ ଏକାଧିକ ନୂତନ ଚେହେରା ଦେଖିବାକୁ ମିଳିବ। ଏଫ୍‌ଆଇଏଚ୍‌-୫ ଟୁର୍ନାମେଣ୍ଟରେ ହାଇଏଷ୍ଟ ସ୍କୋରର ରହିଥିବା ମହମ୍ମଦ ରାହିଲ୍‌ ମୌସିନଙ୍କୁ ପ୍ରଥମ ଥର ଭାରତୀୟ ଦଳକୁ ଡକରା ମିଳିଥିବା ବେଳେ ଶେଷ ଥର ପାଇଁ ଜାକାର୍ତ୍ତାରେ ଏସିଆ କପ୍‌ ଖେଳିଥିବା ଏସ୍‌ କର୍ଥତ୍ଙ୍କୁ ମଧ୍ୟ ଡକରା ମିଳିଛି। ଲାଉସାନ୍ନେରେ ଜୁନ୍‌ରେ ଖେଳା ଯାଇଥିବା ଏଫ୍‌ଆଇଏଚ୍‌-୫ ଟୁର୍ନାମେଣ୍ଟ ଓ ଚଳିତ ରାଜକୋଟ ଜାତୀୟ କ୍ରୀଡାରେ ରାହିଲ ସର୍ବାଧିକ ସ୍କୋରର ରହିବା ସହିତ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଏହି ୪ଟି ଯାକ ମ୍ୟାଚ୍‌ ଖେଳାଯିବ। ସମାନ ଷ୍ଟାଡିୟମରେ ଜାନୁୟାରୀ ୨୦୨୩ରେ ହକି ବିଶ୍ୱକପ୍‌ ମଧ୍ୟ ଖେଳାଯିବ।
ଭାରତୀୟ ଦଳ
ଗୋଲକିପର: ପି. ଆର. ଶ୍ରୀଜେସ୍‌, କ୍ରିଶନ୍‌ ବାହାଦୁର ପାଠକ। ଡିଫେଣ୍ଡର: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନପ୍ରୀତ ସିଂ, ଅମିତ ରୋହିଦାସ, ଯୁଗରାଜ ସିଂ, ମନଦୀପ୍‌ ମୋର ଓ ନୀଲମ ସଞ୍ଜୀପ ଖେସ୍‌। ମିଡଫିଲ୍ଡର: ସୁମିତ, ମନପ୍ରୀତ ସିଂ, ହାର୍ଦ୍ଦିକ୍‌ ସିଂ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ସମଶେର ସିଂ, ରାଜକୁମାର ପାଲ ଓ ମହମ୍ମଦ ରାହିଲ ମୌସିନ୍‌। ଫରଓ୍ବାର୍ଡ: ମନଦୀପ୍‌ ସିଂ, ଦିଲପ୍ରୀତ୍‌ ସିଂ, ଅଭିଷେକ, ଏସ୍‌. କର୍ଥତ୍ ଓ ସୁଖଜିତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri