Posted inଖେଳ

ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ

ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍‌କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି। ସଚିନ ହରଲିନଙ୍କ କ୍ୟାଚ୍‌କୁ ‘କ୍ୟାଚ୍‌ ଅଫ୍‌ ଦ ଇଅର’ କହିଛନ୍ତି। ତେବେ ଚଣ୍ଡିଗଡ଼ର ଗଳିରୁ ଭାରତୀୟ ମହିଳା କ୍ରିକେଟ ଟିମ୍‌ରେ ସାମିଲ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ୨୦୧୨ରେ ସେ ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନର ଅଣ୍ଡର-୧୯ କ୍ରିକେଟ ଏକାଡେମୀରେ ପଡଞ୍ଚିଥିଲେ। ସେତେବେଳେ ତାଙ୍କୁ କ୍ୟାଚ୍‌ ଧରିବା ଲାଗି ଡାଇଭ୍‌ କରିବାକୁ ଡରଲାଗୁଥିଲା। ହେଲେ ଏବେ ସେ ଅଦ୍ଭୁତ କ୍ୟାଚ୍‌ ଧରି ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି।

୭ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ହରଲିନ। ପ୍ରାରମ୍ଭିକ ଦିନରେ ସେ ଅନେକ ଥର ଆହତ ହୋଇଛନ୍ତି। ଖେଳ ପଡ଼ିଆରୁ ଭଙ୍ଗା ଆଙ୍ଗୁଠି ନେଇ ଘରକୁ ଆସିଛନ୍ତି। ହିମାଚଳ ପ୍ରଦେଶ ପାଇଁ ଏକଦା ଖେଳୁଥିବା ସମୟରେ ଆଘାତ ଲାଗିବା ପରେ ମଧ୍ୟ ସେ ବୋଲିଂ ଜାରି ରଖିଥିଲେ। ଠିକ୍‌ ସେହିଭଳି ପଡ଼ିବାକୁ ଖାତିର ନ କରି ସେ କ୍ୟାଚ୍‌ ଧରିଥିଲେ। ତାକୁ ନେଇ ବଡ଼ ବଡ଼ କ୍ରିକେଟରଙ୍କ ପ୍ରଶଂସା ତାଙ୍କ କଷ୍ଟର ଉପହାର ବୋଲି ହରଲିନଙ୍କ ମା’ ସାକ୍ଷାତକାରରେ କହିଛନ୍ତି।

କହିରଖୁଛୁ, ହରଲିନ ଜୁନିୟର କ୍ରିକେଟରେ ଜଣେ ଷ୍ଟାର ଖେଳାଳି ଥିଲେ। ସେ ୮ ବର୍ଷ ବୟସରେ ଅଣ୍ଡର-୧୯ ଇଣ୍ଟର ସ୍କୁଲ ମ୍ୟାଚ୍‌ରେ ଭାଗ ନେଇଥିଲେ। ୨୦୧୦ରେ ସେ ପଞ୍ଜାବର ଅଣ୍ଡର-୧୯ ଟିମ୍‌ର ସଦସ୍ୟ ହୋଇଥିଲେ। ଏହାପରେ ସେ ହିମାଚଳପ୍ରଦେଶ ଚାଲିଯାଇଥିଲେ। ସେଠାରେ ସେ ୨୦୧୨ରେ ରାଜ୍ୟ ଅଣ୍ଡର-୧୯ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ। ସେଠାରେ ସେ ବହୁତ ପରିଶ୍ରମ କରୁଥିଲେ। ଏବେ ସେ ଜଣେ ଭଲ ବୋଲର, ବ୍ୟାଟ୍ସମ୍ୟାନ୍‌ ସହ ଭଲ ଫିଲ୍ଡର ପାଲଟିଛନ୍ତି। ଭାରତ ପାଇଁ ସେ ଏଯାବତ ୧୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ସେ ଉଇକେଟ ନ ନେଇ ଥିଲେ ବି ଟି୨୦ରେ ୬ ଉଇକେଟ ନେଇ ୧୨୭ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri