ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି। ୨୬ ଆସନ ବିଶିଷ୍ଠ ଏହି ବାତାନୁକୁଳିତ ବସ୍‌ ସପ୍ତାହରେ ତିନିଦିନ ଶୁକ୍ରବାର, ଶନିବାର ଓ ରବିବାର ବଲାଙ୍ଗୀରରୁ ହରିଶଙ୍କର ଯାଇ ଦର୍ଶନ ପରେ ବଲାଙ୍ଗୀର ଫେରିବ। ବଲାଙ୍ଗୀରରୁ ଏହି ହରିଶଙ୍କର ଦର୍ଶନ ବସ୍‌ ସକାଳ ୭ଟା ୩୦ରୁ ବାହାରି ବଲାଙ୍ଗୀର ସହର ସ୍ଥିତ ସମଲେଶ୍ୱରୀ ମନ୍ଦିର ଦର୍ଶନ ପରେ ପାଟଣାଗଡର ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ଦର୍ଶନ କରି ହରିଶଙ୍କର ଯାତ୍ରା କରିବ। ପର୍ଯ୍ୟଟକମାନେ ହରିଶଙ୍କରସ୍ଥିତ ହରିଣ ପାର୍କ ଓ ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଦର୍ଶନ ସାରି ବଲାଙ୍ଗୀର ଫେରିବେ। ଏହି ବସ୍‌କୁ ମିଶନ ଶକ୍ତି ଅନ୍ତର୍ଗତ ପାରଣାଗଡର ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ପରିଚାଳନା କରୁଛନ୍ତି। ଏହି ବସ୍‌ରେ ଯାତ୍ରା କରିବା ନିମନ୍ତେ ପର୍ଯ୍ୟଟକମାନେ ଅଗ୍ରୀମ ଅନ୍‌ ଲାଇନ ଟିକେଟ ବୁକିଙ୍ଗ କରିପାରିବେ। ଟିକେଟ ବୁକିଙ୍ଗ ନିମନ୍ତେ ମୋବାଇଲ ନମ୍ବର ୯୩୪୮୫୧୯୦୫୮ରେ ମଧ୍ୟ ଯୋଗାଯୋଗ କରି ଅଗ୍ରୀମ ଟିକେଟ ବୁକିଙ୍ଗ କରିପାରିବେ। ଏହି ବସରେ ହରିଶଙ୍କର ଯାଇ ଫେରିବା ନିମନ୍ତେ ପ୍ରତ୍ୟେକ ଯାତ୍ରୀ ପାଇଁ ଟିକେଟ ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହରିଶଙ୍କର ଦର୍ଶନ ବସ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଓଗଁା ବ୍ଳକ୍‌ ସାଲେପାଳି ଗ୍ରାମ ମଙ୍ଗଳ ପାଠାଗାରର ବୃଦ୍ଧାଶ୍ରମ ଅନ୍ତେବାସୀମାନେ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ଦର୍ଶନ କରି ହରିଶଙ୍କର ଯାତ୍ରା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ମିଶନ ଶକ୍ତି ଜିଲା ପ୍ରୋଗ୍ରାମ ସଂଯୋଜିକା ସୁମନ ଦ୍ୱିବେଦୀଙ୍କ ସମେତ ପାଟଣାଗଡ ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ସଦସ୍ୟା ଓ ମିଶନ ଶକ୍ତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏବେ ହରିଶଙ୍କର ପୀଠରେ ନବୀକରଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଏହି ବସ୍‌ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ମାଧ୍ୟମ ହେବ ବୋଲି ଜିଲାପାଳ ରାଣା କହିଛନ୍ତି। ଜିଲାର ପର୍ଯ୍ୟଟନ ବିକାଶ ଦିଗରେ ଆଗକୁ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ହରିଶଙ୍କର ଦର୍ଶନ ବସଟି ହରିଶଙ୍କର ପୀଠରେ ପହଞ୍ଚତ୍ବା ପରେ ସେଠାରେ ସମସ୍ତ ଯାତ୍ରୀଙ୍କୁ ମିଶନ ଶକ୍ତି ଏବଂ ଖପ୍ରାଖୋଲ ବ୍ଳକ୍‌ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ପାଟଣାଗଡ ଉପଜିଲାପାଳ ଡ. ସେଠୀ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମନ୍ଦିର ପରିଚାଳନା କମିଟିର ରୋହିତ ମେହେର, ପୂଜକ ଶଶୀ ପୂଜାରୀ, ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri