Categories: ଜାତୀୟ

କ୍ଷମା ମାଗିଲେ ହରିଶ ରାଓ୍ବତ

ଚଣ୍ଡିଗଡ,୧।୯: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ‘ପଞ୍ଜ ପ୍ୟାରେ’ ବୋଲି ବର୍ଣ୍ଣନା କରି ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ହରିଶ ରାୱତ। ବୁଧବାର ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗିଛନ୍ତି। ମଙ୍ଗଳବାର କଂଗ୍ରେସର ରାଜ୍ୟ ୟୁନିଟରେ କନ୍ଦଳ ମଧ୍ୟରେ ଚଣ୍ଡିଗଡ଼କୁ ଆସିଥିବା ରାୱତ ପଞ୍ଜାବ କଂଗ୍ରେସ ଭବନରେ ଏକ ବୈଠକ ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ଚାରିଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ପାଇଁ ‘ପଞ୍ଜ ପ୍ୟାର’ ଶବ୍ଦ ବ୍ୟବହାର କରିଛନ୍ତି। ଶିଖ ପରମ୍ପରାରେ ଗୁରୁଙ୍କ ପାଞ୍ଚ ପ୍ରିୟଙ୍କ ପାଇଁ ‘ପଞ୍ଜ ପ୍ୟାରେ’ ବ୍ୟବହୃତ ହୁଏ। ଏହା ଶିଖମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂ ଏବଂ ତାଙ୍କର ପାଞ୍ଚଜଣ ଅନୁଗାମୀଙ୍କ ସହ ଜଡିତ, ଯେଉଁମାନେ ଖାଲସା ପନ୍ଥ ସ୍ଥାପନା କରିଥିଲେ। ବୁଧବାର ତାଙ୍କ ଫେସବୁକ ପୃଷ୍ଠାରେ ରାୱତ ତାଙ୍କର ‘ପଞ୍ଜ ପ୍ୟାରେ’ ମନ୍ତବ୍ୟ ପାଇଁ ନିଜ ଭୁଲ ସୱୀକାର କରିଛନ୍ତି। ରାୱତ ଲେଖିଛନ୍ତି, ବେଳେବେଳେ ସମ୍ମାନ ଦେଖାଇବା ପାଇଁ ତୁମେ ଏପରି ଶବ୍ଦ ବ୍ୟବହାର କର, ଯାହା ଆପତ୍ତିଜନକ ହୋଇପାରେ। ଆମ ମାନ୍ୟବର ଅଧ୍ୟକ୍ଷ ଏବଂ ଚାରିଜଣ କାର୍ଯ୍ୟରତ ଅଧ୍ୟକ୍ଷଙ୍କ ପାଇଁ ‘ପଞ୍ଜ ପ୍ୟାରେ’ ଶବ୍ଦ ବ୍ୟବହାର କରି ମୁଁ ମଧ୍ୟ ଭୁଲ କରିଛି।

Share